ପାରାଦୀପ ବନ୍ଦର ପୋତାଶ୍ରୟରେ ଦୁର୍ଘଟଣା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ପାରାଦୀପ: ଦକ୍ଷିଣ ଆଫ୍ରିକାରୁ ପାରାଦୀପ ଆସିଥିବା ଏକ ପୋତାଶ୍ରୟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ  ଜାହାଜ ‘ଏମ୍‌.ଭି. ଲାଡୋନା-୧’ରୁ ପାଣିକୁ ଖସିପଡ଼ି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କର ନାମ ହର୍ଣ୍ଣଲ ତନ୍ମୟ ବୋଲି ଜଣାପଡ଼ିଛି। ତନ୍ମୟ ହେଉଛନ୍ତି ନୂଆଦିଲ୍ଲୀ ବାସିନ୍ଦା। ସେହିଭଳି ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅଞ୍ଚଳର ଚିଫ୍‌ ଅଫିସର ଫାଇଜଲ୍‌ ରିଜଓ୍ଵାନ୍‌ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର