ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦଘାଟିତ

ଗୋପାଳପୁର: ରଘୁନାଥପୁରର ୨ଟି ସ୍ଥାନରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ତରିକୁନ୍ଦ ସେବା ସମବାୟ ସମିତିରେ ଖୋଲା ଯାଇଥିବା ମଣ୍ଡିକୁ ତିର୍ତୋଲର ବିଧାୟିକା ରାଜଶ୍ରୀ ମଲ୍ଳିକ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ଜିଲ୍ଳା ପରିଷଦ ସଭ୍ୟା ଡେଜାଲିନ ମହାପାତ୍ର, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଭାରପ୍ରାପ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ, ସିଇଓ ଭକ୍ତ ବତ୍ସଳ ସାହୁ, ବ୍ଳକ ଯୋଗାଣ ଅଧିକାରୀ ବୃନ୍ଦାବନ ରାଜୁ ପ୍ରମୁଖ ଯୋଗ ଦେଇଥିଲେ। ସଭାପତି ସୁକାନ୍ତ କୁମାର ବେହେରା, ସମ୍ପାଦକ ଶାରଦା ବେହେରା କାର୍ଯ୍ୟକ୍ରମ ପରିଚଳାନା କରିଥିବା ବେଳେ ସଚିତ୍ର ସାଗର ସାହୁ ସ୍ୱାଗତ ଭାଷଣ ଦେଇଥିଲେ।

ସେହିପରି ରଘୁନାଥପୁରର ଜଗନ୍ନାଥ ସେବା ସମବାୟ ସମିତିର ଧାନ ମଣ୍ଡିକୁ ସଭାପତି ସଂଗ୍ରାମ କିଶୋର ପରିଜା ଉଦଘାଟନ କରିଥିବା ବେଳେ ସମ୍ପାଦକ କପିଳେନ୍ଦ୍ର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ମଚାରୀ ବସନ୍ତ ଜେଠୀ ଓ ଡିଇଓ ଦୀପ୍ତିରଂଜନ ସ୍ୱାଇଁ ସେଥିରେ ସହଯୋଗ କରିଥିଲେ। ସିଇଓ ଭକ୍ତବତ୍ସଳ ସାହୁ , ଏମ୍‌.ଆଇ ବୃନ୍ଦାବନ ରାଜୁ, ମଣ୍ଡି ପରିଚାଳନା କମିଟି ସଭ୍ୟ ଅଭୟଚରଣ ଜେନା, ଧ୍ରୁବଚରଣ ବିଶ୍ୱାଳ, ବିଜୟ ପରିଡ଼ା, ଅରୁଣ କୁମାର ସ୍ୱାଇଁ, ସୁଶାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବାଲିକୁଦା: ବାଲିକୁଦା ବ୍ଲକ ଅନ୍ତର୍ଗତ ନାଗପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଖୋଲାଯାଇଛି। ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତି ନିରୀକ୍ଷକ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପୂଜାର୍ଚ୍ଚନା କରାଯିବା ପରେ ଚାଷୀମାନଙ୍କ ଧାନ ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନରେ ୮ ଜଣ ଚାଷୀଙ୍କଠାରୁ ମୋଟ ୨୧୮କ୍ୟୁଣ୍ଟାଲ ଧାନ କିଣା ଯାଇଥିଲା। ଉତ୍ସବରେ ସମିତିର ସମ୍ପାଦକ ମାନସ ରଞ୍ଜନ ଲେଙ୍କା, ସଭାପତି ତଥା ନାଗପୁର ସରପଞ୍ଚ ନିକୁଞ୍ଜ ବିଶ୍ୱାଳ, ସଦସ୍ୟ ତଥା ପୂର୍ବତନ ସରପଞ୍ଚ ନୀଳମଣି ବିଶ୍ୱାଳ, ପୂର୍ବତନ ସମିତି ସଭ୍ୟ ତଥା ସଦସ୍ୟ ଅରବିନ୍ଦ ରଥ, ଜିତେନ୍ଦ୍ର ବିଶ୍ୱାଳ, ହେମନ୍ତ ସାହୁ, ନିକୁଞ୍ଜ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବଖଗେଶ୍ୱର ରାୟ, କୁଳମଣି ମଲ୍ଲିକ, ଅମୀୟ ବିଶ୍ୱାଳ, ନୀଳକଣ୍ଠ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ ପିପଳ ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମିତି ସଭାପତି ଗୋବର୍ଦ୍ଧନ ନାୟକ କର୍ତ୍ତାଭାବେ ପୂଜାର୍ଚନାର ଦାୟିତ୍ୱ ତୁଲାଇଥିବା ବେଳେ ସମବାୟ ସମିତି ସମୂହର ଉପ-ସହକାରୀ ନିବନ୍ଧକ ବିଜୟ କୁମାର ସାସମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ। କୁଜଙ୍ଗ ବ୍ଳକ ଯୋଗାଣ ଅଧିକାରୀ ବିବେକାନନ୍ଦ ମହାନ୍ତି, ସମିତି ସମ୍ପାଦକ ପ୍ରକାଶଚନ୍ଦ୍ର ଦାସ, ବୋର୍ଡ ସଦସ୍ୟ ସୁବାସ କୁମାର ପ୍ରଧାନ ଓ ନଳିନୀକାନ୍ତ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଲୋକନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦାଇଁଲୋ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ଯୋଗାଣ ଅଧିକାରୀ ସସ୍ମିତା ସାହୁ ଏହି ଧାନମଣ୍ଡିକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ତିର୍ତ୍ତୋଲ ଶାଖା ପରିଚାଳକ ଅନିରୁଦ୍ଧ ଜେନା, ଦାଇଁଲୋ ସୋସାଇଟି ସମ୍ପାଦକ ଗଗନ ବିହାରୀ ସ୍ୱାଇଁ, ସଭାପତି ନରେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭ୍ୟ ଅଶୋକ କୁମାର ମହାନ୍ତି, ବନମାଳି ସାହୁ, ନିରଞ୍ଜନ ଦାସ, ବିନୋଦ ବିହାରୀ ଶତପଥି ପ୍ରମୁଖ ଉପସ୍ଥିତ ଥିବା ବେଳେ ଚାଷୀ କୃଷ୍ଣଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ଜେନା, ଯୋଗେନ୍ଦ୍ର ଦଳେଇ ପ୍ରମୁଖ ମଣ୍ଡିରେ ପ୍ରଥମ ଦିନ ଧାନ ଦେଇଥିବା ଜଣାପଡ଼ିଛି । ଏହି ସୋସାଇଟିରେ ମୋଟ ୧୭୯ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ସମ୍ପାଦକ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର