ଜଗତସିଂହପୁର: ପାରାଦୀପର ବିଭିନ୍ନ ଶିଳ୍ପସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଛୋଟ ଛୋଟ କମ୍ପାନିଗୁଡ଼ିକରୁ ‘ପ୍ରୋଟେକ୍ସନ ବଟି’ ଆଦାୟ କରୁଥିବା ନେଇ କେତେଜଣ ଶ୍ରମିକ ନେତାଙ୍କ ନାଁରେ ବାରମ୍ବାର ଅଭିଯୋଗ ଆସିଥାଏ। କିଛିଦିନ ଧରି ତାହା ବନ୍ଦ ରହିଥିବା ବେଳେ ବର୍ତ୍ତମାନ ପୁଣି ବଟିକୁ ନେଇ ଆକ୍ରମଣ ଅଭିଯୋଗ ଆସୁଥିବା ଦେଖାଯାଇଛି। ଆଜି ଏକ ଘରୋଇ କମ୍ପାନି ସୁପରଭାଇଜରଙ୍କୁ ଜଣେ ଶ୍ରମିକ ନେତା ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ପାରାଦୀପ ଲକ୍ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ତୈଳ ବିଶୋଧନାଗାର ସଂଘ ଅଧୀନରେ ମ୍ୟାକନିଲ୍ ଇିଂଜିନିୟରିଂ ଲିମିଟେଡ୍ ନାମକ ଏକ କମ୍ପାନି କାର୍ଯ୍ୟ କରୁଛି। ଉକ୍ତ କମ୍ପାନିର ମୁଖ୍ୟ ଦାୟିତ୍ବରେ ଥିବା ସଂଜୀବ କୁମାର ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ନିକଟ ନିମିଡ଼ି ଗାଁର ଟୁକୁନା ବେହେରାଙ୍କ ଘରେ କେତେଜଣ ଶ୍ରମିକ ଭଡ଼ା ନେଇ ରହୁଛନ୍ତି। ଭୋର ସମୟରେ ଶ୍ରମିକ ନେତା ଗୋଲଖ ଚନ୍ଦ୍ର ନାୟକଙ୍କ ଇଙ୍ଗିତରେ କେତେଜଣ ଯୁବକ ମାରଣାସ୍ତ୍ର ସହ ଉକ୍ତ ଘର ନିକଟରେ ପହଞ୍ଚି କବାଟ ବାଡ଼େଇଥିଲେ। କମ୍ପାନି ସୁପରଭାଇଜର ଭାସ୍କର ସାହୁ କବାଟ ଖୋଲିବା ମାତ୍ରେ ଉକ୍ତ ଯୁବକମାନେ ତାଙ୍କୁ ଯୋର ଜବରଦସ୍ତ ଏକ ବାଇକ୍ରେ ଉଠାଇ ଗାଁରେ ଥିବା ସିଦ୍ଧେଶ୍ବର ମନ୍ଦିର ନିକଟକୁ ନେଇ ଯାଇଥିଲେ। ସେଠାରେ ଶ୍ରମିକ ନେତା ଗୋଲଖ ନାୟକ ଉପସ୍ଥିତ ଥିଲେ। ସେ ଭାସ୍କରଙ୍କୁ ମାଡ଼ ମାରିବା ସହ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ମାସିକ ଦୁଇ ଲକ୍ଷ ଟଙ୍କା ଦେବା ପାଇଁ ସେ ଧମକ ଦେଇଥିଲେ। ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ଶ୍ରମିକ ନେତାମାନଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ କହିଥିଲେ ମଧ୍ୟ ଏହି ଶ୍ରମିକ ନେତା ତାହାକୁ ଆଦୌ ମାନୁନଥିବା ସଂଜୀବ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏ ନେଇ ଶ୍ରମିକ ନେତା ଶ୍ରୀ ନାୟକ କହିଛନ୍ତି ଯେ, ‘ଜମିହରା ମହାସଂଘର ସଭାପତି ହୋଇଥିବାରୁ ସେମାନଙ୍କୁ କମ୍ପାନିରେ ନିଯୁକ୍ତି ଦେବା ନିମନ୍ତେ ବନ୍ଦୋବସ୍ତ କରିବା ମୋର ଦାୟିତ୍ବ। ଏହି କମ୍ପାନି ଜମିହରା ପରିବାରର ଲୋକଙ୍କ ମଧ୍ୟରୁ ୧୫ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର କମ୍ପାନି ଏ ଦିଗରେ ଆଉ କର୍ଣ୍ଣପାତ କରୁ ନ ଥିବାରୁ ବାଧ୍ୟ ହୋଇ ମୁଁ ସୁପରଭାଇଜରଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଖୁବ୍ ଶୀଘ୍ର ସେମାନଙ୍କୁ ନିଯୁକ୍ତି ଦେବା ପାଇଁ କହିଥିଲି। ଏଣୁ ସେମାନେ ଏମିତି ଭିତ୍ତିହୀନ ଅଭିଯୋଗ କରିଛନ୍ତି’ ବୋଲି ସେ କହିଛନ୍ତି।
ପାରାଦୀପରେ ପୁଣି ‘ପ୍ରୋଟେକ୍ସନ ବଟି’:ଟଙ୍କା ନ ଦେବାରୁ କମ୍ପାନି ସୁପରଭାଇଜରଙ୍କୁ ନିସ୍ତୁକ ମାଡ଼
/sambad/media/post_attachments/wp-content/uploads/2019/07/man-gangraped_1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)