ଡିଲରଙ୍କ ବିରୋଧରେ ତେଜୁଛି ଜନ ଅସନ୍ତୋଷ

ଏରସମା: ଏରସମା ବ୍ଲକ ଅନ୍ତର୍ଗତ ଗଡ଼ ବିଷୁନପୁର ପଞ୍ଚାୟତର ଡିଲରଙ୍କ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ତୁରନ୍ତ ନୂଆ ଡିଲର ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଡିଲରଜଣକ ନିୟମିତ ଭାବରେ ଦିଆଯାଉଥିବା ଚାଉଳ ଓ ଗହମରୁ କିଲୋ ପିଛା ୧୦୦ ଗ୍ରାମ ଲେଖାଏଁ କାଟି ନେଉଛନ୍ତି। ଲୋକେ ପ୍ରତିବାଦ କଲେ କାର୍ଡ‌୍ କାଟି ଦେବାକୁ ଧମକ ଦେଉଛନ୍ତି। ଫନି ପାଇଁ ଦିଆଯାଉଥିବା ମୁଣ୍ଡ ପିଛା ୫ କିଲୋ ରିଲିଫ ଚାଉଳରୁ ୫୦୦ ଗ୍ରାମ କାଟି ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ସ୍ଥାନୀୟ ସରପଞ୍ଚ ସୁଜାତା ବେହେରା ଡିଲରଙ୍କ କଂଟ୍ରୋଲ ଦୋକାନରେ ପହଞ୍ଚି ପଚରାଉଚରା କରିବା ସହ ରିଲିଫ ଚାଉଳ ନ କମାଇବାକୁ ତାଗିଦ କରିଥିଲେ। ଏହା ସତ୍ତ୍ବେ ରିଲିଫ୍ ଓ ସାଧାରଣ ବଣ୍ଟନ ସାମଗୟୀ ବାଟମାରଣା କମି ନ ଥିବା ଅଭିଯୋଗ କରି ଲୋକମାନେ ତୁରନ୍ତ ଡିଲରଙ୍କୁ ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର