ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନଶୃଂଖଳା ସ୍ଥିତିର ସମୀକ୍ଷା କଲେ ପୁଲିସ ଡିଜି

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନରେ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ । ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଡିଜି ସମୀକ୍ଷା ପରେ ସୂଚନା ଦେଇଛନ୍ତି । ସମୁଦାୟ ୩୭୩ ବୁଥ୍ ପାଇଁ ୨୧ ପ୍ଲାଟୁନ ପୁଲିସ ଫୋର୍ସ , ତିନି କମ୍ପାନୀ ସିଏପି, ୧୫୦ ଅଫିସର ,୮ ଜଣ ଡିଏସପି ଓ ଅତିରକ୍ତ ଏସପିସ୍ତରୀୟ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଏଥିସହ ଫ୍ଲାଇଂ ସ୍କାର୍ଡ ଓ ସର୍ଭେଲାନ୍ସ ଟିମ୍ ମଧ୍ୟ ଗଠନ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଡିଜି ଯଶବନ୍ତ ଜେଠୱା । ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ଆଶଙ୍କାରେ ୧୫୦୦ ଜଣଙ୍କ ନାଁରେ ୧୦୭ଧାରାରେ କେସ ଦିଆଯାଇଛି । ୭୫ ଜଣ ୱାରେଣ୍ଟିଙ୍କୁ  ଗିରଫ କରାଯାଇଛି । ସମୀକ୍ଷା ବୈଠକରେ ଡିଜିଙ୍କ ସମେତ ଅତିରିକ୍ତ ଡିଜି ଯଶବନ୍ତ ଜେଠୱା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର କେ ଶର୍ମା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର