ଜଗତସି˚ହପୁର : ଆଜି ପାରାଦୀପ ନିର୍ବାଚନମଣ୍ତଳୀରେ ଦୁଇ ଦୁଇଟି ‘ପାୱାର୍‌ ସୋ’ ଦେଖିବାକୁ ମିଳିଛି। ଗୋଟିଏ ରାହାମାରେ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟଟି କୁଜଙ୍ଗରେ ଅନୁଷ୍ଠିତ ହୋଇଛି। ରାହାମାରେ ଅନୁଷ୍ଠିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଦଳର ହେଭିେୱଟ୍‌ମାନେ ଭାଗ ନେଇଥିବାବେଳେ ଅପରପକ୍ଷରେ କୁଜଙ୍ଗର ଫ‌େତପୁରରେ ବିଜେଡିରୁ ବହିଷ୍କୃତ ବିଧାୟକ ଡା. ଦାମୋଦର ରାଉତ ସ୍ବାଭିମାନ ସମାବେଶ କରିଛନ୍ତି। ଉଭୟ ପକ୍ଷ ପରସ୍ପରକୁ କଟୁ ଭାଷାରେ ସମାଲୋଚନା କରିଥିବାରୁ ଏହା ସମଗ୍ର ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି।

Advertisment

କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଭାପତିତ୍ବରେ ରାହାମାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଦାମଙ୍କ ଯୋଗୁଁ ପାରାଦୀପ ପଛୁଆ ହୋଇ ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ସମୀର ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ଚଳଚ୍ଚିତ୍ର ନିଗମ ଅଧୢକ୍ଷ କୁନା ତ୍ରିପାଠୀ ପ୍ରମୁଖ ଅଭିଭାଷଣ ରଖି ଦାମଙ୍କୁ କଡ଼ା ସମାଲୋଚନା କରିଥିଲେ।

ଅନ୍ୟପଟେ, ବିଧାୟକ ଦାମ ଆଜି କୁଜଙ୍ଗର ଫତେପୁରରେ ଆୟୋଜିତ ସଭାରେ ସମବାୟ ବିଭାଗ, ଓମଫେଡ଼ ଜରି କିଣା ଓ ଚାରା ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ସ୍ବର ଉଠାଇବାରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି କହିବା ସହିତ ରାହାମାରେ ଉପସ୍ଥିତ ବିଜେଡି ନେତାମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଯାହାକି, ଆଜି ଚର୍ଚ୍ଚାର ବିଷୟ ପାଲଟିଛି।