ପୂଜା ଆଡ଼ି ଦୁଷ୍କର୍ମ ହତ୍ୟାକାରୀଙ୍କୁ ଫାଶି ଦାବି

ଏରସମା: ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ପୂଜା ଆଡି(୯)ଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା କାଳିଆ ମାନ୍ନାଙ୍କୁ ଫାଶି ଦେବାକୁ ମହିଳା ସଂଗଠନ ପକ୍ଷରୁ ଦାବି କରାଯାଇଛି। ଝାନ୍‌ସି ରାଣୀ ମହିଳା ସଂଗଠନର ସଂପାଦିକା ରୀନାବାଳା ସ୍ୱାଇଁ, ଟୁନାବାଳା ମାଇତି ଓ ପଦ୍ମପୁର ପଞ୍ଚାୟତ ଜାଗୃତି ମହିଳା ମହାସଂଘ ସଭାପତି ସଂଯୁକ୍ତା ଦାଶ ଓ ମହିଳା ମହାସଂଘର କର୍ମକର୍ତାମାନେ କାଳିଆଙ୍କୁ ଫାଶି ଦେବା ପାଇଁ ଏରସମା ପୁଲିସ ପାଖରେ ଦାବି କରିଛନ୍ତି। ଗତ ମାର୍ଚ୍ଚ ୨୧ ତାରିଖ ଦିନ କାଳିଆ ମାନ୍ନା ପୂଜାଙ୍କୁ ଅପହରଣ କରି କାଜୁ ଜଙ୍ଗଲ ଭିତରେ ଦୁର୍ଷ୍କମ କରିଥିଲା ଓ ପରେ ବେକକୁ ମୋଡ଼ି ହତ୍ୟା କରିଥିଲା । ସେହି ସମୟରେ ମହିଳା ସଙ୍ଗଠନ, କଂଗ୍ରେସ, ବିଜେପି ଓ ବିଜେଡି ପକ୍ଷରୁ ହତ୍ୟାକାରୀଙ୍କ ଗିରଫ କରିବା ପାଇଁ ରାସ୍ତା ଅବରୋଧ କରାଯାଇଥିଲା । ପୁଲିସ କାଳିଆଙ୍କୁ କଟକରୁ ଗିରଫ କରିଥିଲା। ଏବେ ଏରସମାର ବିଭିନ୍ନ ସଂଗଠନ ପକ୍ଷରୁ କାଳିଆଙ୍କୁ ଫାଶି ଦେବା ପାଇଁ ଅନୁରୋଧ କରାଯାଉଥିବା ବେଳେ ୪ଦିନ ହେଲା ଗଡ଼ ହରିଶପୁର ଓ ପଦ୍ମପୁର ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧିତ ଖବର