କଟକ: ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ଜାମିନରେ ଯାଇପାରିବେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ବିଜେଡି ନେତା ରଘୁନନ୍ଦନ ଦାସଙ୍କୁ ଏଥିପାଇଁ ଆଶ୍ୱସ୍ତି ମିଳିଛି। ମହିଳା ସମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ ମାମଲାକୁ ନେଇ ବିଜେଡି ନେତା ରଘୁନନ୍ଦନ ଦାସଙ୍କ ନାଁରେ ଥାନାରେ ମାମଲା ହୋଇଥିଲା। ଗିରଫଦାରିକୁ ଏଡ଼ାଇବାକୁ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp