କଂଗ୍ରେସରୁ ଇସ୍ତଫା ଦେଲେ ରାଜ କିଶୋର ବେହେରା

ଭୁବନେଶ୍ବର: ଓଡିଶାରେ ସ୍ଥିତି ସୁଧାରିବା ଲାଗି ସଂଘର୍ଷ କରୁଥିବା କଂଗ୍ରେସକୁ ଏକ ଝଟକା ଦେଇ ଦଳର ବରିଷ୍ଠ ନେତା ରାଜ କିଶୋର ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳ ଛାଡିଛନ୍ତି ବେହେରା।

ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବେହେରା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ଏହାର ପ୍ରାର୍ଥୀ ଭାବରେ ତିର୍ତ୍ତୋଲରୁ ଉପନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି।

ଶ୍ରୀ ବେହେରା ୨୦୦୯ ରୁ ୨୦୧୪ ମଧ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ୫୩୫୦୫ ଭୋଟ୍ ପାଇବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ |

ସମ୍ବନ୍ଧିତ ଖବର