ଦୁଷ୍କର୍ମ ପୀଡ଼ିତ ପରିବାରକୁ ଭେଟିଲା କଂଗ୍ରେସ କମିଟି

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ବିଜିପୁର ବେହେଡ଼ପୁର ଗ୍ରାମରେ ଗତ ୧୯ ତାରିଖ ରାତିରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ସନ୍ତୋଷ ଭୋଳ(୩୨)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ସାଂସଦ ତଥା ରାଜ୍ୟ ଅନୁସୂଚିତ ଜାତି ସେଲ୍‌ ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଏକ ଟିମ୍‌ ପୀଡ଼ିତ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ଅନୁସୂଚିତ ଜାତି ଅାବାହକ ଦେବେନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତଥା କନିମୂଳ ପଞ୍ଚାୟତ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ବ୍ଲକ ଓବିସି ସେଲ୍‌ ଅଧ୍ୟକ୍ଷ ତଥା ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୂତାର, କୃଷ୍ଣାନନ୍ଦପୁର ସରପଞ୍ଚ ଗୋଲୋକ ନାରାୟଣ ଜେନା, ତିର୍ତ୍ତୋଲ ୧ନମ୍ବର ଜୋନ କଂଗ୍ରେସ ସଭାପତି ସୟଦ ଖଲ୍ଲିକୁଜ ଜମ୍ମା, ସୁରେନ୍ଦ୍ର ଜେନା, ପ୍ରଫୁଲ ଜେନା, ପ୍ରକାଶ ଚନ୍ଦ୍ର ସାହୁ, କୃତ୍ତିବାସ ବାରିକ୍, ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଅଭିଯୁକ୍ତକୁ ଦୃଷ୍ଟାନ୍ତମୁଳକ ଦଣ୍ଡ ଦେବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର