ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ଦୁଇଘଣ୍ଟା ରାସ୍ତାରୋକ

ପାରାଦୀପ:ଅପରାହ୍ନରେ ଅଠରବାଙ୍କୀସ୍ଥିତ ବିଜୁ ଉଦ୍ୟାନରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତ ସୁରକ୍ଷାକର୍ମୀଙ୍କ ନାଁ ନୃସିଂହ ବାରିକ ଓ ଘର କୁଜଙ୍ଗ ବ୍ଲକ୍ ଲୁଣୁକୁଆ ଗାଁରେ। ନୃସିଂହ ଆଜି ଉଦ୍ୟାନରେ ଡ୍ୟୁଟି କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ପାଟିରୁ ଫେଣ ବାହାରିଥିଲା ଓ ସେ ସଜ୍ଞ‌ାହୀନ ହୋଇ ପଡ଼ିଥିଲେ। ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଚଣ୍ତ ଖରା ଯୋଗୁଁ ଅଂଶୁଘାତରେ ନୃସିଂହଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଦୀର୍ଘ ଦୁଇଘଣ୍ଟା ଧରି ଅଠରବାଙ୍କୀ ନିକଟରେ ରାସ୍ତାରୋକ କରାଯାଇଥିଲା। ଫଳରେ ପାରାଦୀପକୁ ଯାତାୟତ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ଖବର ପାଇ ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର