ଗୋପାଳପୁର: ଗତକାଲି କିଶୋରନଗର ଥାନା ବ୍ରାହ୍ମଣଖଣ୍ଡ ଗ୍ରାମର ପ୍ରଭାସ ପରିଡା(୩୦) ଓ ମାନିଆ ସେଠୀ(୫୦) ରାତି ୮ଟା ସମୟରେ ବାଇକ୍ ଯାଗେ କିଶୋରନଗର ଯାଉଥିବା ସମୟରେ ଖେଣ୍ଟାଳଠାରେ ଭାରସାମ୍ୟ ହରାଇ ମହାନଦୀ ବନ୍ଧ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପ୍ରଭାସଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା। ସେହିପରି କଟକ-ପାରାଦୀପ ରାସ୍ତାର ଓଡ଼ପଡ଼ା ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ବାଇକ୍ ଧକ୍କା ଲାଗିବାରୁ ବିଶ୍ୱଜିତ ମଲ୍ଲିକ(୨୭) ଓ ବିକାଶ ମଲ୍ଲିକ(୨୯) ଆହତ ହୋଇଥିଲେ। ଉଭୟଙ୍କୁ ରଘୁନାଥପୁର ସ୍ୱାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେହିପରି କିଶୋରନଗର ଥାନା ଉତ୍ତରକୂଳ ଗ୍ରାମର ସୁଭଦ୍ରା ସାହୁ(୧୪) ନିଜ ଘର ପାଖରେ ଛିଡା ହୋଇଥିବା ବେଳେ ଏକ ବାଇକ ଧକ୍କା ଦେବାରୁ ରାସ୍ତାରେ ପଡି ତାଙ୍କ ମୁଣ୍ଡ ଫାଟିଥିଲା। ଚିକିତ୍ସା ପାଇଁ ତାଙ୍କୁ ରଘୁନାଥପୁର ସ୍ୱାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ପୃଥକ ଦୁର୍ଘଟଣାରେ ୫ ଗୁରୁତର
/sambad/media/post_attachments/wp-content/uploads/2019/07/Road-Accident.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)