ଘରୁ ତଡ଼ିଦେଲେ ପୁଅ-ବୋହୂ, ବୃଦ୍ଧ ଦମ୍ପତ୍ତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଗୋପାଳପୁର: ରଘୁନାଥପୁର ବ୍ଲକ୍‌ ତାରପୁର ପଞ୍ଚା‌ୟତ ଯୋରକୂଳ ଗ୍ରାମର ଏକ୍ ଦମ୍ପତ୍ତି ବାରମ୍ବାର ନିଜ ପୁଅ-ବୋହୂଙ୍କ ଶିକାର ହେବା ପରେ ଏବେ ପୁଅ-ବୋହୂ ଘରୁ ବାହୖାର କରିଦେବାରୁ ଆଶ୍ରୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଖବର ମୁତାବକ, ଗ୍ରାମର ବୃଦ୍ଧ ଦମ୍ପତି ଗଜେନ୍ଦ୍ର ବେହେରା(୮୮) ଓ ପତ୍ନୀ ରଜନୀ ବେହେରା(୭୫) ବୟସାଧିକ ଯୋଗୁଁ ରୋଗଗ୍ରସ୍ତ ହୋଇଛନ୍ତି। କେଇମାସ ତଳେ ପୁଅ-ବୋହୂ ସେ ଦୁହିଁଙ୍କୁ ଘରୁ ବାହାର କରିଦେବାରୁ ଅନ୍ୟ କୌଣସି ରାସ୍ତା ନପାଇ ଇଶାଣୀବରହମପୁରସ୍ଥିତ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିଲେ। ତେବେ, ଗ୍ରାମର କିଛି ଲୋକ ଏଥିରେ ହସ୍ତକ୍ଷେପ କରି ଆପୋଷ ମିଳାମିଶା କରି ଉଭୟଙ୍କୁ ଘରକୁ ଫେରାଇ ନେଇଥିଲେ। ଏହାର କିଛିଦିନ ପରେ ପୁଅ-ପୋହୂ ପୁଣି ନିର୍ଯ୍ୟାତନା ଦେବାରୁ ବୃଦ୍ଧ ଦମ୍ପତି ବାଧ୍ୟ ହୋଇ ଗ୍ରାମର ଭଦ୍ରଲୋକଙ୍କ ସହାୟତା ଲୋଡ଼ିଥିଲେ। ତେ‌ବେ, ଭଦ୍ରଲୋକମାନେ ବୁଝାଇବାକୁ ଯିବାରୁ ପୁଅ-ବୋହୂ ସେମାନଙ୍କୁ ବି ଗାଳିଗୁଲଜ କରିଥିଲେ। ଏହା ପରେ ଉକ୍ତ ବୃଦ୍ଧ ଦମ୍ପତ୍ତି ଅନ୍ୟ କୌଣସି ରାସ୍ତା ନ ପାଇ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ରହିବା ବ୍ୟବସ୍ଥା କରିବା ସହ ନ୍ୟାୟ ପ୍ରଦାନ କରିବାକୁ ସେ ଦୁହେଁ ଗୁହାରୀ କରିଛନ୍ତି। ଜିଲ୍ଳାପାଳ ଉକ୍ତ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର