ବିରିଡ଼ି: ବିରିଡ଼ି ଥାନା ଅନ୍ତର୍ଗତ ୨୨ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘର ଓ କାର ଉପରକୁ ହୋଇଥିବା ବୋମାଡ଼ ଘଟଣା ଏକ ନୂଆ ମୋଡ଼ ନେଇଛି। ସ୍ଥାନୀୟ ପୁଲିସ ଏହାର ତଦନ୍ତ କରୁଥିବା ବେଳେ ଜଗତସିଂହପୁର ଏସ୍ପି ସୁଧା ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛନ୍ତି। ଏସ୍ପି ପହଞ୍ଚି ତଦନ୍ତ ଉପରେ ଗୁରୁତ୍ବ ଦେଇଥିବାରୁ ଏହାକୁ ନେଇ ଅଞ୍ଚଳରେ ଚର୍ଚା ବଢ଼ିଯାଇଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ୨ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସରପଞ୍ଚ ଚନ୍ଦ୍ରଶେଖରଙ୍କ ଘର ଓ କାର୍ ଉପରକୁ ଗୁଳିଚାଳନା ଓ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଶ୍ରୀ ଦାଶ କଂଗ୍ରେସ ସମର୍ଥିତ ହୋଇଥିବାରୁ ଏହି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହା କରା ନ ଗଲେ ରାସ୍ତାରୋକ ଓ ଥାନା ଘେରାଉ ପାଇଁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ, ଘଟଣାକୁ ସପ୍ତାହଟିଏ ବିତିଥିଲେ ବି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇପାରି ନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ି ଚାଲିଥିବାରୁ ଜଗତସିଂହପୁର ଏସ୍ପି ସୁଧା ସିଂ ବୋମାମାଡ଼ ହୋଇଥିବା ସ୍ଥାନ ନିରୀକ୍ଷଣ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଏସ୍ପି ଶ୍ରୀମତୀ ସିଂ ସରପଞ୍ଚ ଶ୍ରୀ ଦାଶ ଓ ତାଙ୍କ ପଡୋଶୀମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ଏସ୍ପିଙ୍କ ଅନୁଧ୍ୟାନ ପରେ ଆନ୍ଦୋଳନ ଚେତାବନୀ ଦେଇଥିବା କଂଗ୍ରେସ ଦଳ ପୁଲିସକୁ ଅଧିକ ସମୟ ଦେଇଛି। ଅଭିଯୁକ୍ତମାନଙ୍କୁ ଆଗାମୀ ୭ ଦିନ ମଧ୍ୟରେ ଗିରଫ କରିବାକୁ ପୁଲିସ ନିକଟରେ ଦାବି କରିବା ସହ ତାହା କରା ନ ଗଲେ ରାସ୍ତାରୋକ ସହିତ ଥାନା ସମ୍ମୁଖରେ ଧାରଣା ଦେବାକୁ କଂଗ୍ରେସ ଚେତାବନୀ ଦେଇଛି।
ବୋମାମାଡ଼ ସ୍ଥଳ ନିରୀକ୍ଷଣ କଲେ ଏସ୍ପି
/sambad/media/post_attachments/wp-content/uploads/2019/03/jgtsghpr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)