ମାଟିତଳୁ ବିଦ୍ୟୁତ ଚୋରି ଧରିଲା ସ୍କ୍ବାଡ

ଜଗତ୍‌ସି˚ହପୁର ଟାଉନ୍‌: ରଘୁନାଥପୁରରେ ଅନେକ ସ୍ଥାନରେ ବିଦ୍ୟୁତ୍‌ ଚୋରି ହେଉଛି। ଏହାର ଜ୍ବଳନ୍ତ ଉଦାହରଣ ରଘୁନାଥପୁର ସେସୁ ଉପଖଣ୍ତ ଅଧିନରେ ଦେଖିବାକୁ ମିଳିଛି। ରଘନାଥପୁର ପୋଷ୍ଟ ଅଫିସଠାରୁ ଚାନ୍ଦପୁର ଗ୍ରାମ ଦେଇ ରେଳ ଷ୍ଟେସନ ପର୍ଯ୍ୟନ୍ତ ଥିବା ବିଦ୍ୟୁତ ଖୁଣ୍ଟରୁ ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ବିଦ୍ୟୁତ୍‌ ଚୋରି କରୁଥିବା ନଜରକୁ ଆସିଥିଲା। ଉକ୍ତ ବ୍ୟକ୍ତି ୨୦ଜଣରୁ ଅଧିକ ଲୋକଙ୍କୁ ସ˚ଯୋଗ ଦେଇ ସେମାନଙ୍କ ଠାରୁ ମାସିକ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲା। ତେବେ, ଗତକାଲି ସେ˚ଟ୍ରାଲ ସ୍କ୍ବାର୍ଡ‌୍ ମିଳିତ ଭାବେ ଚଢଉକରି ବିଦ୍ୟୁତ୍‌ ଚୋରିକୁ ଧରିଥିଲେ। ପୂର୍ବରୁ ଏହାକୁ ନେଇ ବାରମ୍ବାର ଲୋକଙ୍କ ଅଭିଯୋଗ ହେଉଥିଲେ ମଧ୍ୟ ସେସୁ ଅଧିକାରୀମାନେ ସମସ୍ତ ଘଟଣା ଜାଣି ନିରବ ରହିଥିଲେ। ଚଢଉ ସମୟରେ ବିଭାଗୀୟ ଅଧିକାରୀମାନେ ସମସ୍ତ ବିଦ୍ୟୁତ୍‌ ଚୋରା ଉପକରଣକୁ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର