ତିର୍ତୋଲ ଉପନିର୍ବାଚନ; ପ୍ରଚାର ଶେଷ, ଗାଁ ଗାଁରେ ଭୋଜିଭାତ ଆସର

ତିର୍ତୋଲ: ଉପନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ୩ ତାରିଖରେ ଭୋଟଦାନ ଓ ୧୦ ତାରିଖରେ ଫଳାଫଳ ଘୋଷଣା କରାଯିବ। ଆଜି ଅପରାହ୍ନରେ ନିର୍ବାଚନ ପ୍ରଚାର ଶେଷ ହୋଇଥିବାରୁ ସବୁ ପାର୍ଟି ଅଫିସ୍‌ ଖାଁ ଖାଁ, ମାଇକ୍‌ର ଗର୍ଜନତର୍ଜନ ବନ୍ଦ। ରାସ୍ତାଘାଟରେ ଲାଗି ରହିଥିବା ଗହଳଚହଳ ପୂରା ବନ୍ଦ। କିନ୍ତୁ ଗାଁ ଗାଁରେ ଭୋଜିଭାତର ଆୟୋଜନ ଚାଲିଛି। ଗାଁର କ୍ଲବ୍‌ ଘର, ମଣ୍ଡପ, ଗାଁମୁଣ୍ଡ ନିଛାଟିଆ ସ୍ଥାନରେ ଚିକେନ୍‌, ମଟନ୍‌ ଭୋଜିର ଆସର ଜମିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ନିଜ ପଟକୁ ଆକର୍ଷିତ କରିବାକୁ ଏହି ଅସ୍ତ୍ର ପ୍ରାୟ‌ୋଗ କରାଯାଇଛି। ବାକି ଦୁଇ ଦିନ ଭୋଟରଙ୍କୁ ଘରେଘରେ ଭେଟିବେ।

ଆଉ କେତେକ ଦଳ ଚିରିକୁଟି ଧରି ଅନ୍ଧାରୀ ବିଜେ କରିବା ଯୋଜନାରେ ରହିଛନ୍ତି। ତେବେ ସ୍ଥାନୀୟ ଜୟପ୍ରକାଶ ମଇଦାନରେ ବିଜୁଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ କରି ପ୍ରଚାରର ମୁଣ୍ଡି ମରାଯାଇଛି। ଜିଲ୍ଲାସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ସଭାପତିତ୍ବ କରିଥିବାବେଳେ ମହାକାଳପଡ଼ା ବିଧାୟକ ତଥା ତିର୍ତୋଲ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସଚୀ ନାୟକ, ଅତାବିରା ବିଧାୟିକା ସ୍ନେହାଙ୍ଗିନି ଛୁରିଆ, ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପ୍ରଫେସର ରମାକାନ୍ତ ଭୋଇ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ବାଳ, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ବସନ୍ତ କୁମାର ମହାପାତ୍ର, କୁନା ତ୍ରିପାଠୀ, ପର୍ଯ୍ୟବେକ୍ଷକ ବସନ୍ତ ବିଶ୍ବାଳ, ସନ୍ତୋଷ ପଟ୍ଟନାୟକ, ହିରଣ୍ୟ କୁମାର ପଣ୍ତା, ପ୍ରକାଶ ତ୍ରିପାଠୀ, ଅରବିନ୍ଦ ହୋତା, ବିମଳ କୁମାର ମହାପାତ୍ର, ଦେବେନ୍ଦ୍ର ମଲ୍ଲିକ, ଗୀତା ସେଠୀ, ବିନ୍ଧ୍ୟମାସିନୀ ମହାନ୍ତି, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଅଶ୍ବିନି କୁମାର ଦାସ, ସୁବ୍ରତ ଦାଶ, ଲକ୍ଷ୍ମୀପ୍ରିୟା ବେହେରା, ବଟକୃଷ୍ଣ ଦାଶ, ଦିପକ ଦାସ, ତପନ କୁମାର ମହାନ୍ତି, ଅରୁଣ ମହାପାତ୍ର, ବିନୟ ମହାପାତ୍ର ଭାସ୍କର ନାୟକ, ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ସାଢ଼େ ୪କୋଟି ଜନତାଙ୍କ ଦୃଢ଼ ନେତୃତ୍ବ ନେଇଥିବା ବିଜୁ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଓ ସ୍ବଚ୍ଛ ନିର୍ମଳ ଓଡ଼ିଶା ଗଠନ ପାଇଁ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କୁ ସୁପୁତ୍ର ବିଜୟ ଶଙ୍କରଙ୍କୁ ବହୁ ଭୋଟରେ ବିଜୟୀ କରି ତିର୍ତୋଲ ନିର୍ବାଚନମଣ୍ଡଳୀବାସୀ ଐତିହାସିକ ଅଧ୍ୟାୟ ସୃଷ୍ଟି କରନ୍ତୁ ବୋଲି ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଜନସାଧାରଣମାନଙ୍କୁ ନିବେଦନ କରିବା ସହିତ ସଂକଳ୍ପବଧ କରାଇଥିଲେ । ରଞ୍ଜିତ ପରିଜା, ସୁଧାଂଶୁ ଶେଖର ପୃଷ୍ଟି, ଦେବୀପ୍ରସାଦ ମହାପାତ୍ର, ଅରୁଣ ମହାନ୍ତି, ଅନାମ ବେହେରା, ରତିକାନ୍ତ ମହାପାତ୍ର, ଅଭିରାମ ଦାସ, ରାକେଶ ରୋଷନ ସେଠୀ, ରମେଶ ଚନ୍ଦ୍ର କୁଅଁରଙ୍କ ସମେତ ଶତାଧିକ ମହିଳା, ପୁରୁଷ ବିଜେଡ଼ି କର୍ମୀ ଯୋଗଦେଇଥିଲେ । ଏହି ଅବସରରେ ଗୋବିନ୍ଦପୁର, କୋଷ୍ଠିମଲ୍ଲିକକାପୁର ଓ ତିର୍ତୋଲ ପଞ୍ଚାୟତରେ ଏକ ଶୋଭାଯାତ୍ରା କରାଯାଇଥିଲା ।

ସମ୍ବନ୍ଧିତ ଖବର