ଟ୍ରାକ୍ଟର ଓଲଟି ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ଜଗତସିଂହପୁର ସଦର/ଗୋପାଳପୁର: ତିର୍ତ୍ତୋଲ ଥାନା ଅର୍ନ୍ତଗତ ନାଲିବର ଦେଉଳସାହି ରାସ୍ତାର ପୁରୁଣାବସନ୍ତ ବାଙ୍କରେ ଏକ ଟ୍ରାକ୍ଟର୍‌ ଓଲଟି ପଡ଼ିବାରୁ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଖବରୁ ପ୍ରକାଶ, ଏରସମା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଭଡ଼ା ସୂତ୍ରରେ ଟ୍ରାକ୍ଟର ଆଣି ଜଣେ ବ୍ୟକ୍ତି ତରଡ଼ାପଡ଼ାଠାରେ ଚାଷ କରୁଥିଲେ। ଗତକାଲି ରାତି ପ୍ରାୟ ୨ଟା ସମୟରେ ଦୁଇ ସହଯୋଗୀଙ୍କ ସହିତ ଟଙ୍କାକୁ ନେଇ ଗଣ୍ଡଗୋଳ ହେବାରୁ ଦୁଇଜଣ ନାବାଳକ ଡ୍ରାଇଭରଠାରୁ ଚାବି ଆଣି ଟ୍ରାକ୍ଟର ନେଇ ପଳାଇ ଆସିଥି‌ଲେ। ନିରଞ୍ଜନ ଜେନା(୧୭) ଓ ଚିନ୍ମୟ କୁମାର ଜେନା(୧୫) ଟ୍ରାକ୍ଟର ନେଇ ଆସୁଥିବା ବେଳେ ନାଲିବର ଦେଉଳସାହି ରାସ୍ତାର ପୁରୁଣାବସନ୍ତ ବାଙ୍କଠାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡର ୪୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଚିନ୍ମୟ ଟ୍ରାକ୍ଟର ତଳେ ରହିଯିବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଟ୍ରାକ୍ଟର ଚଳାଉଥିବା ନିରଞ୍ଜନ ଜେନା ଟ୍ରାକ୍ଟରରୁ ଡ଼େଇଁ ପଡ଼ିବାରୁ ଗୁରୁତର ଆହତ ହୋଇ ଜଗତସିଂହପୁରରେ ଚିକିତ୍ସିତ ହେଉଛନ୍ତି। ତିର୍ତ୍ତୋଲ ପୁଲିସ ଟ୍ରାକ୍ଟରକୁ ଜବତ କରିଛି।

ସମ୍ବନ୍ଧିତ ଖବର