ବିଦ୍ୟୁତ ଆଘାତରେ ଜଣେ ମୃତ,ଦୁଇ ଗୁରୁତର

ପାରାଦୀପ: ପାରାଦୀପ ଉପକଣ୍ଠ ବଗଦିଆ ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣଙ୍କ ଆହତ ହୋଇଛନ୍ତି। ମୃତକଜଣକ ଯୁବକ ହରେକୃଷ୍ଣ ରାଉତଙ୍କ ପୁଅ ଅର୍ଜୁନ ବୋଲି ଜଣାପଡ଼ିଥିବା ବେଳେ ଆହତ ଦୁଇଜଣ ହେଲେ ବାପି ସାହୁ ଓ ପ୍ରଶାନ୍ତ ସ୍ୱାଇଁ। ଏ ସମସ୍ତଙ୍କର ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ ହେବ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଚାଲୁଥିବାରୁ ଏହି ତିନିଜଣ ଯୁବକ ଘର ପଛପଟ ଦେଇ ଯାଉଥିଲେ। ପଛପଟେ କମ୍‌ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ସେମାନେ ଆସି ଯାଇଥିଲେ। ଘଟଣାସ୍ଥଳରେ ଅର୍ଜୁନଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଗୁରୁତର ବାପି ଓ ପ୍ରଶାନ୍ତଙ୍କୁ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ ହସ୍‌ପିଟାଲକୁ ଅଣାଯାଇଥିଲା।

ସମ୍ବନ୍ଧିତ ଖବର