ଦୁଇ ୱାରେଣ୍ଟି ଗିରଫ

ଜଗତସିଂହପୁର ଟାଉନ୍‌: ଆଜି ଜଗତସିଂହପୁର ପୋଲିସ ଦୁଇ ଜଣ ୱାରେଣ୍ଟିକୁ ଧରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୩ ଜୁଲାଇ ୨୦୧୬ ମସିହାରେ ଜଗତସିଂହପୁର ଆଳିପିଙ୍ଗଳ ପୁରୁଣାଗଡ଼ରେ ଡକାୟତି କରୁଥିବା ନେଇ ପ୍ରୀତି ରଂଜନ ରାଉତରାୟ ଓରଫ ମିଲୁ ନାମରେ ଅଭିଯୋଗ ହୋଇଥିଲା। ବନ୍ଧୁକ ଦେଖାଇ ଲୁଟ୍‌ ଅଭିଯୋଗ ହୋଇଥିଲା। ଏଥିରେ ଫେରାର୍‌ ହୋଇ ଯାଇଥିଲା। ଆଜି ନିଜ ଗାଁ ଆଳିପିଙ୍ଗଳ ବିରିବାଟିରୁ ପୋଲିସ ଗିରଫ କରିଛି। ସେହିପରି ରମ୍ଭାଦେଇପୁର ପଞ୍ଚାୟତ ବେନୁପୁର କୁଳମୁଣ୍ଡିଲୋ ଗାଁର ଭାସ୍କର ମଲ୍ଲିକଙ୍କୁ ଆଜି ସନ୍ଧ୍ୟାରେ ଜଗତସିଂହପୁର ପୋଲିସ ଗିରଫ କରିଛି। କୁଳମୁଣ୍ଡିଲୋରେ ଆଇନଜୀବୀଙ୍କ ଏକ ବୈଠକ ଚାଲିଥିବା ବେଳେ ଭାସ୍କର ମଲ୍ଲିକ ସେଠାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ୧୬ ନଭେମ୍ବର ୨୦୧୧ ମସିହାରେ ତାଙ୍କ ନାମରେ ମାମଲା ରୁଜୁ ରାଯାଇଥିଲା। ଏହାପରେ ସେ ଫେରାର୍‌ ହୋଇଯାଇଥିଲେ। ତାଙ୍କ ନାମରେ ୱାରେଣ୍ଟି ରହିଥିଲା। ଆଜି କୂଳ ମୁଣ୍ଡିଲୋ ଛକରେ ମାଛ ଦୋକାନ ପୋଲିସ ଧରିଥିଲା।

ସମ୍ବନ୍ଧିତ ଖବର