ବାଇକ୍‌ ଧକ୍‌କାରେ ଆରୋହୀଙ୍କ ମୃତ୍ୟୁ

ଗୋପାଳପୁର: କଟକ-ପାରାଦୀପ ରାସ୍ତାର କଣ୍ଟୁଆର ଛକଠାରେ ଗତକାଲି ରାତିରେ ଦୁଇଟି ବାଇକ୍‌ ଧକ୍‌କା ଲାଗିବା ଫଳରେ ଜଣେ ବାଇକ୍‌ ଆରୋହିଙ୍କ ମୃତ୍ୟୁ ହୋଇଯାଇଛି। ରଘୁନାଥପୁର ଥାନା ଅନ୍ତର୍ଗତ ପୂରଣ ଓଡ଼ପଡା ପଞ୍ଚାୟତ ଓଡପଡା ଗ୍ରାମର ଅରୁଣ ସେଠୀ(୫୫) ଗତକାଲି ରାତିରେ ବାଇକ୍‌ ଯୋଗେ କଟକରୁ ଘରକୁ ଫେରୁଥିଲେ। କଣ୍ଟୁଆର ଛକଠାରେ ତାଙ୍କ ବାଇକ୍‌ ସହ ଅନ୍ୟ ଏକ ବାଇକ୍‌ ଧକ୍କା ଲାଗିବା ଫଳରେ ଅରୁଣଙ୍କ ମୁଣ୍ଡ, ଛାତି ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ, ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର