ଗାଁ ଯନ୍ତାଳକୁ ନେଇ ସଂଘର୍ଷ, ୩ ଗୁରୁତର

ପାରାଦୀପ: ପାରାଦୀପ ଲକ୍‍ ଥାନା ଅଧୀନ ବାଲଡିଆ ଗାଁରେ ଗାଁ ଯନ୍ତାଳକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନଥିଲେ ବି ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ଏହା ସହ ଏକ ନିର୍ଦିଷ୍ଟ ଦଳର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପ୍ରଶାନ୍ତ ରାଉତ(୩୮), ଦିଲ୍ଲୀପ ପ୍ରଧାନ(୩୨) ଓ ଗଧୁ ବେଉରା(୨୫)। ଆହତ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଆଜି ସଂଧ୍ୟାରେ ଗାଁରେ ଯନ୍ତାଳ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ଯୁକ୍ତିତର୍କ ଓ ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗୋଟିଏ ପକ୍ଷର ମାଡ଼ରେ ଅନ୍ୟ ପକ୍ଷରୁ ୩ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ନିକଟରେ ଅଭିଯୋଗ କରାଯାଇନଥିବାରୁ ଏଯାବତ୍‌ ଏହା ଉପରେ ପୁଲିସ କୌଣସି ମତାମତ ରଖିନାହିଁ।

ସମ୍ବନ୍ଧିତ ଖବର