ଏରସମା: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ ଥିବା ବସୁଧା ପାଣି ଟାଙ୍କି ଯୋଜନା ମାଧ୍ୟମରେ ଲୋକଙ୍କୁ ସରକାର ଘରେ ଘରେ ଦେଇଛନ୍ତି ପିଇବା ପାଣି । କିନ୍ତୁ ବାସ୍ତବରେ ସେଇ ପାଣି ବ୍ୟବହାର କରି କେତେ ଯେ ଲୋକେ ରୋଗ ବୈରାଗ ହେଉଛନ୍ତି ତାହା ସରକାରଙ୍କୁ ଜଣାନାହିଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁଳଙ୍ଗ ପଞ୍ଚାୟତ ବସୁଧା ପାଣି ଟାଙ୍କିରୁ ପାଣି ସପ୍ଲାୟ ହେଉଥିବା ବିଭିନ୍ନ ଗ୍ରାମ ମାନଙ୍କରେ । 

Advertisment

କେଉଁଠି ଜିଆ ବାହାରିଲାଣି ତ ଆଉ କେଉଁଠି ପାଣି ମିଶା ପଙ୍କ ଆଉ କୋଉଠି ପୋକ । ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ କଲେ ମଧ୍ୟ ଶୁଣୁନି ପ୍ରଶାସନ । ସେହିପରି ଆଜିକୁ ଆଠ ମାସ ହେଲା ତୁଳଙ୍ଗ ବସୁଧା ଯୋଜୋନା ପମ୍ପ ହାଉସ ପାଖରେ ପାଇପ ଫାଟି ସେହି ବାଟଦେଇ ବହୁ ଅଳିଆ ଆବର୍ଜନା ଲୋକଙ୍କ ଘରକୁ ଯାଉଥିବା ବେଳେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଏଥିପ୍ରତି ନଜର ନାହିଁ । ଏହି ପାଣି କେବଳ ଗୋଟିଏ ପଞ୍ଚାୟତ ରେ ସୀମିତ ନଥିବା ବେଳେ ଏହାର ଆଖପାଖ ଗରାମ, ଜଗନ୍ନାଥପୁର ପଞ୍ଚାୟତରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ।

କିଛି ଉପାୟ ନପାଇ ତୁଳଙ୍ଗ ଗ୍ରାମର କିଛି ବାସିନ୍ଦା ବସୁଧା ଗ୍ରାହକ ସେବା କେନ୍ଦ୍ର କୁ ଫୋନ କରି ଅଭିଯୋଗ ନଂ RWSS215462 ରେ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ ପାନୀୟ ଜଳ ବିଭାଗ ଏହା ଉପରେ କିଛି ପଦକ୍ଷେପ ନ ନେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ।