ଏରସମାରେ ମଦବିରୋଧୀ ଆନ୍ଦୋଳନ ତେଜିଲା

ଏରସମା: ଗତ ୨୨ତାରିଖରେ ଗଡହରିଶିପୁରରେ ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣା ଏବେ ଏରସମା ଅଞ୍ଚଳରେ ପ୍ରମୁଖ ବିଷୟ ପାଲଟିଛି। ଏହ ଘଟଣାର ଅଭିଯୁକ୍ତ ଉକ୍ତ ଗ୍ରାମର ଯୁବକ କାଳିଆ ମାନ୍ନା ନିଶାଶକ୍ତ ଅବସ୍ଥାରେ ଏଭଳି ଘଟାଇଥିବା ଜଣାପଡିବା ପରେ ଏରସମା ବ୍ଲକରେ ମଦ ସେବନକୁ ବିରୋଧ କରି ପ୍ରତିଦିନ ଶହ ଶହ ମହିଳା ରାଜରାସ୍ତାକୁ ଓହ୍ଲାଉଛନ୍ତି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆଜି  ଜପା ପଞ୍ଚାୟତରେ ମହିଳା ସଂଗଠନର ସଦସ୍ୟମାନେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରରିଥିଲେ। ବ୍ଲକ ସଂଯୋଜକ ଅମ୍ବିକା ମହାନ୍ତିଙ୍କ  ନେତୃତ୍ୱରେ ନାରୀ ସଂଗଠନର ସଦସ୍ୟା ବିଜୟିନୀ ପଲାଇ, ସୁଲୋଚନା ସାହୁ, ମୀନତି ସାହୁ, ଭାଗ୍ୟଲକ୍ଷ୍ମୀ ଓଝା, କାହ୍ନୁବାଳା ଖଟୁଆ, ରୁନା ସାହୁ, କବିତା ସାହୁ, ମୀନତି ସେଠୀ, ଭାନୁମତି ଦାସ, ସରୋଜିନୀ ପଣ୍ଡା, ରୀନା ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଆମ୍ବିକି ଗ୍ରାମରେ ଶତାଧିକ ମହିଳାଙ୍କ ଦ୍ୱାରା ମଦ ବିରୋଧୀ ଆନ୍ଦୋଳନ କରାଯାଇଥିଲା। କୃଷ୍ଣଚନ୍ଦ୍ରପୁର ପଞ୍ଚାୟତରେ ମହିଳା ସଂଗଠନ ଓ ଗାଦି ମହାବୀର ଯୁବକ ସଂଘ ପକ୍ଷରୁ ୨କିମି ନିରବ ପଦଯାତ୍ରା କରାଯାଇ ମଦ ସେବନ ନକରିବା ପାଇଁ କୁହାଯାଇଥିଲା। ସୂଚନାଯୋଗ୍ୟ,  ଆସନ୍ତା ୩୧ତାରିଖ ଦିନ ଗଡହରିଶିପୁର ପଞ୍ଚାୟତର ମହିଳାମାନେ ମଦ ଦୋକାନ ଉଚ୍ଛେଦ ପାଇଁ ବଡ଼ଧରଣର ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର