ଗୋପାଳପୁର : ରଘୁନାଥପୁର ଥାନାରେଢୁଆ ନୁଆଗଡ଼ ଗ୍ରାମରେ ଗତକାଲି ପୁଲିସ ଚଢଉ କରି ମଦବେପାରୀ ଠାରୁ ୧୭ ଲିଟର ମଦ ଜବତ କରିବା ସହିତ ମଦ ବିକ୍ରି କରି ରଖିଥିବା ଟଙ୍କା ଜବତ କରି ଅଭିଯୁକ୍ତକୁ ଗରିଫ କରି କୋର୍ଟ ଚାଲାଣ କରିଛି। ରେଢୁଆ ଆଖପାଖ ଅଂଚଳରେ ଚୋରା ମଦ ବେପାର ବଢି ଚାଲିବା ଫଳରେ ଶତାଧିକ ମହିଳା ଫେବ୍ରୁଆରି ୧୭ରେ ଥାନା ଘରାଉ କରିଥିଲେ । ପୁଲିସ କେତେକ ଚୋରା ମଦବେପାରୀଙ୍କୁ ଗରିଫ କରିଥିଲା । ଗତକାଲି ପୁଲିସ ନୁଆଗାଁ ଗ୍ରାମର ରବିନ୍ଦ୍ର ମଲ୍ଳିକଙ୍କୁ ଗରିଫ କରିବା ସହିତ ତାଙ୍କ ଠାରୁ ୧୭ ବୋତଲ ମଦ ଜବତ କରିଥିଲେ। ରବିନ୍ଦ୍ର ବାରମ୍ବାର ମଦ ବିକ୍ରି କରି ଗିରଫ ହୋଇଥିବା ପୁଲିସ ସୁତ୍ରରୁ ପ୍ରକାଶ ।
ଚୋରା ମଦ ବେପାରୀ ଗିରଫ; ମଦ ଓ ଟଙ୍କା ଜବତ
/sambad/media/post_attachments/wp-content/uploads/2019/03/red-wine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)