ବାଲିକୁଦା: ନାରୀ ନ୍ୟାୟ ବାହିନୀ ଓଡ଼ିଶା ପକ୍ଷରୁ ଜଗତସିଂହପୁରଜିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ତାଳଗାଁସ୍ଥିତ ବାସୁଦେବ ମହାପାତ୍ର ସ୍ମାରକୀ ମହାବିଦ୍ୟାଳୟ ପରିସରରେ କଲେଜ ଅଧକ୍ଷ ଉପେନ୍ଦ୍ର ନାଥ ପରିଡ଼ାଙ୍କ ଅଧକ୍ଷତାରେ ଏକ ନାରୀ ସୁରକ୍ଷା ଓ ନାରୀ ଆତ୍ମ ନିର୍ଭରଶୀଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ତହସିଲଦାର ବିକାଶ ରଞ୍ଜନ ମୁଖ୍ୟ ବକ୍ତା ଭାବେ ନାରୀ ନ୍ୟାୟ ବାହିନୀ ଓଡିଶା ଆବାହିକା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର ଜଗତଜ୍ୟୋତି ପଟ୍ଟନାୟକ, ସାମ୍ବାଦିକ ପ୍ରଣବ ପ୍ରଧାନ,ନାରୀ ନ୍ୟାୟ ବାହିନୀ ସଦସ୍ୟା ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ମଧୁମିତା ଦାଶ, ସୂର୍ଯ୍ୟସ୍ମିତା ପଣ୍ଡା, ଶେଫାଳି ଶର୍ମା, ରଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ନାରୀ ଅବହେଳିତ ଏଣୁ ନାରୀମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ହେବାର ଆବଶ୍ୟକ ବୋଲି କହିବା ସହ ନିଜେ ନିଜକୁ ସୁରକ୍ଷିତ ରଖିବାର କୌଶଳ ଓ ନିଜେ ସାମଲମ୍ବୀ ହେବା ପାଇଁ ଉଦ୍ୟମ କଲେ ହିଁ ଆଜିର ନାରୀ ଆଜିର ସମାଜରେ ସୁରକ୍ଷିତ ଜୀବନ ଯାପନ କରି ପାରିବ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଗ୍ରନ୍ଥାଗାରିକ ପ୍ରଶାନ୍ତ ମହାନ୍ତି ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ ଓଡ଼ିଆ ବିଭାଗ ଅଧ୍ୟାପିକା ସୁମିତ୍ରା ମହାନ୍ତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମଧ୍ୟରେ ବିସ୍ମୟ ମିତ୍ର, ବୀରବର ପରିଡା, ମିତାଲି ମଧୁସ୍ମିତା ସାହାଣୀ, ଆଲୋକ ଜେନା,ଗୀତାଞ୍ଜଳି ସାହୁ, ମାଧବାନନ୍ଦ ରାଉତ, ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଜୟ କୁମାର ସେଠି, ସୁରେନ୍ଦ୍ର ବିଶ୍ୱାଳ, ଭିକାରୀ ମହାନ୍ତି, କ୍ଷୀରୋଦ ବେହେରା, ସୁନାକର ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

Jagatsinghpur