ବାଲିକୁଦା: ନଦୀକୂଳରେ ମଇଁଷିପଲଙ୍କୁ ଚରାଉଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁରଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ବରମୁଣ୍ଡଳୀ ପଞ୍ଚାୟତ କପୁରାବେଲାରୀ ଗ୍ରାମ ନିକଟ ବାଲିଜୋରୀ ଦେବୀନଦୀ କୂଳରେ ଆଜି ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ସଂଜୟ ଦାସ (୪୬)।
ସଞ୍ଜୟ ଦାସ ଆଜି ସକାଳୁ ଘରୁ ଖାଇପିଇ ନିଜ ମଇଁଷିପଲକୁ ବାଲିଜୋରୀ ଦେବୀ ନଦୀ କୂଳକୁ ଘାସ ଚରାଇବା ପାଇଁ ନେଇଥିଲେ। ଅପରାହ୍ଣ ପ୍ରାୟ ୧୨ଟା ୩୦ରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା। ଏହି ସମୟରେ ସଞ୍ଜୟଙ୍କ ଉପରେ ବଜ୍ର ପଡ଼ିଥିଲା। ସେ ତଳେ ପଡ଼ି ଚିତ୍କାର କରୁଥିଲେ। ନିକଟରେ ଥିବା ଅନ୍ୟ କିଛି ମଇଁଷିପାଳକ ସେଠାରେ ପହଞ୍ଚି ଥିଲେ। ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସଂଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ବାଲିକୁଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଛି। ସନ୍ଧ୍ୟା ହୋଇଯାଇଥିବା କାରଣରୁ ଆସନ୍ତାକାଲି ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ସଞ୍ଜୟଙ୍କ ପରିବାରେ ତାଙ୍କର ସ୍ତ୍ରୀ ଓ ୨ ପୁତ୍ର ଅଛନ୍ତି। ସ୍ବାମୀଙ୍କ ମୃତ୍ୟୁରେ ପତ୍ନୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେ ଅସହାୟ ପରିବାରକୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପରିଷଦ ତଟିନା ସ୍ବାଇଁଙ୍କ ନିବେଦନ କରିଛନ୍ତି। ପୂର୍ବତନ ସମିତି ସଭ୍ୟ ରାଜୁ ମିଶ୍ର, ଓ ବାଲିକୁଦା ଯାଦବ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ବହିରାଙ୍କ ସମେତ ବରଦିଆ ଓ କପୁରାବେଲାରୀ ଗ୍ରାମବାସୀ।
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/10/untitled-35-2025-10-10-19-05-48.jpg)
