ଯୁବକଙ୍କୁ ଗୁଳିମାଡ଼: କଟରା ହାଟରେ ଉତ୍ତେଜନା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ହାଟ ଯୋର ନିକଟରେ ଆଜି ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ କଢାଙ୍ଗ ଗ୍ରାମର ରବିନ୍ଦ୍ର ବେଉରାଙ୍କ ପୁଅ ବିଶ୍ୱଜିତ୍‌ ଓରଫ ଲିପୁନ୍‌ (୩୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଦୁଇଟି ଗୋଡ଼ ଓ ହାତରେ ଗୁଳି ବାଜିଛି। ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ବିଶ୍ୱଜିତଙ୍କୁ ପ୍ରଥମେ ଜଗତସିଂହପୁର ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଘଟିଥିବା ମଦ ଦୋକାନ ଭଙ୍ଗାରୁଜା ଘଟଣାରୁ ଏଭଳି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର