ଜୟପୁର: ଜୟପୁର ସମ୍ବାଦ ସାହିତ୍ୟଘର ଉପସଭାପତି କବି ଯଜ୍ଞେଶ୍ଵର ପଣ୍ଡାଙ୍କୁ ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ସମ୍ବଲପୁର (ଓଡ଼ିଶା) ତରଫରୁ ବଲାଙ୍ଗିର ଠାରେ ବାଣୀ ବିଭୂଷଣ ସମ୍ମାନ- ୨୦୨୩ରେ ସମ୍ବର୍ଦ୍ଧିତ କରାଯାଇଛି।

Advertisment

ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାରସ୍ଵତ ମହାକୁମ୍ଭ ଓ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅବସରରେ ଓଡ଼ିଆ ଭାଷା- ସାହିତ୍ୟ ଓ କଳା- ସଂସ୍କୃତିର ବିକାଶ ,ସୁରକ୍ଷା ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ଶ୍ରୀ ପଣ୍ଡାଙ୍କୁ ବାଣୀ ବିଭୂଷଣ ସମ୍ମାନ- ୨୦୨୩ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା  ଆଦର୍ଶ ଶିକ୍ଷକ ଓ ଶ୍ରେଷ୍ଠ କନିଷ୍ଠ ରେଡ୍ କ୍ରସ ପରାମର୍ଶଦାତା ସମ୍ମାନ ଓ ରେଡକ୍ରସ୍ ଶିକ୍ଷକ ସମ୍ମାନ ପାଇଛନ୍ତି। ରାଜ୍ୟର ବିଭିନ୍ନ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ  ପଣ୍ଡିତ କୃପାସିନ୍ଧୁ ମିଶ୍ର ସମ୍ମାନ,ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ,ବିକ୍ରମଶ୍ରୀ ପ୍ରତିଭା ସମ୍ମାନ, ବସୁମତୀ ସମ୍ମାନ,ଶାରଦୀୟ ଦଶହରା ସମ୍ମାନ,କବି କମଳ ସମ୍ମାନ, ସାହିତ୍ୟ ସେବା ସମ୍ମାନ,କୋରାପୁଟଶ୍ରୀ ସମ୍ମାନ, ଜ୍ଞାନସ୍ୱରୂପା  ସମ୍ମାନ ,ଗୁରୁ ଦ୍ରୋଣାଚାର୍ଯ୍ୟ ସମ୍ମାନ,ଶାବରଶ୍ରୀ  ସମ୍ମାନ ଇତ୍ୟାଦି ପାଇ ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ଏହି ପୁରସ୍କାର ପାଇଥିବାରୁ ସମ୍ବାଦ ସାହିତ୍ୟଘର ଜୟପୁର ସହ ସହରର ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଛା ଞାପନ କରାଯାଇଛି।