କେନ୍ଦୁଝର: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟ (ପୋକ୍ସୋ) ବିଚାରପତି ବିଜୟ କୁମାର ମିଶ୍ର ଦୋଷୀ ଓକିଲ ମୁଣ୍ଡାକୁ ୨୦ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ୍। ସେହପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
୨୦୧୭ ମେ ୩୧ ତାରିଖ ରାତି ପ୍ରାୟ ୯ଟା ସମୟରେ ଜଣେ ୭ ବର୍ଷୀୟା ନାବାଳିକା ନିଜ ଭଉଣୀଙ୍କ ସହ ଘରେ ଶୋଇଥିଲେ। ଏହି ସମୟରେ ଓକିଲ ମୁଣ୍ଡା ନାବାଳିକାଙ୍କ ମୁହଁରେ ଗାମୁଛା ବାନ୍ଧି ତାଙ୍କୁ ନିକଟସ୍ଥ ବିଲକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ନାବାଳିକାଙ୍କ ମା’ ଖୋଜାଖୋଜି କରି ଝିଅକୁ ବିଲରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ସମୟରେ ଓକିଲ ମୁଣ୍ଡା ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଏନେଇ ନାବାଳିକାଙ୍କ ମା’ ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୬୦/୨୦୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ୧୦ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/rape-1.jpg)