ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା

ଭଦ୍ରକ: ଭଦ୍ରକରେ ଗତବର୍ଷ ହୋଇଥିବା ଏକ ଦୁଷ୍କର୍ମ ମାମଲାର ମଙ୍ଗଳବାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ଅନୁପ କୁମାର ଚନ୍ଦନ  ଫିସରିବନ୍ଧ ଗ୍ରାମର ହାତିଆ ମୁଣ୍ଡାଙ୍କ ପୁତ୍ର ଡାକୁ ମୁଣ୍ଡା (୧୯), ରାମାୟା ସୋରିଙ୍କ ପୁତ୍ର ମୁନ୍ନା ସୁରି(୧୯)ଙ୍କୁ ୩୭୬(ଘ) ଦଫାରେ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଅନାଦେୟ ହେଲେ ୧ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୨/୬/୨୦୧୬ ରାନ୍ଧିଆ ସନ୍ନିକଟ ଫିସରିବନ୍ଧ ନିକଟରେ ଜଣେ ଆଦିବାସୀ ମହିଳା ଅପରାହ୍ନ ସମୟରେ ପାଖ ପୋଖରୀ ବନ୍ଧକୁ ଗୋବର ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସେହି ଗ୍ରାମର ଡାକୁ ମୁଣ୍ଡା (୧୯) ଓ ମୁନ୍ନା ସୁରୀ (୧୯) ଦୁହେଁ ମିଶି ମହିଳାଙ୍କୁ ବଳପୂର୍ବକ ଉଠାଇ ନେଇ ହାତଗୋଡ ବାନ୍ଧି ତାଙ୍କୁ ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିଥିଲେ।

ଏହି ଦୁଷ୍କର୍ମ ମାମଲା ନେଇ ପୀଡିତା ଥାନାରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ କ୍ରମେ ଭଦ୍ରକ ଥାନାରେ ୨୮୯/୯ ଦଫା -୩୭୬ (ଘ) ଓ ୩୪୨ରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଆଜି ଉପରୋକ୍ତ ମାମଲାର ବିଚାର କରି ଅଭିଯୁକ୍ତମାନଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର