ପୁଣି ଅଲୋଡା ହେଲା ଶିଶୁ କନ୍ୟା, ସଦ୍ୟ ନବଜାତ ଶିଶୁକୁ ଝୁଣି ଖାଇଲେ କୁକୁର

ଜୟପୁର: ଜୟପୁର କୋଟପାଡ଼ ବ୍ଲକ୍‌ କୁସୁମି ଛକ ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ଏକ ନବଜାତ ଶିଶୁ କନ୍ୟାକୁ ବୁଲା କୁକୁର ଝୁଣି ଖାଇଛନ୍ତି । ସ୍ଥାନୀୟ ଅଂଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରକାଶ ଯେ କୁସୁମି ଛକ ନିକଟରେ ଏକ ନଳାରେ ସଦ୍ୟ ନବଜାତ ଶିଶୁ କନ୍ୟା ପଡ଼ିଥିବା ସେହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଶିଶୁଟିକୁ କୁକୁରମାନେ ଝୁଣି ଝୁଣି ଖାଉଥିବା ଦୃଶ୍ୟ, ଅତି ଦୁଃଖଦାୟକ ଥିଲା। ଶିଶୁଟିର ଏଭଳି ଅବସ୍ଥା କିଏ କଲା, କିଏ ଏହି ଶିଶୁର ପିତା-ମାତା। ଏଭଳି କାମ କରିବାକୁ ତାଙ୍କ ବିବେକ ଟିକେ ବାଧା ଦେଲାନି ଏଭଳି କଥା ଏହି କରୁଣ ଦୃଶ୍ୟ ଦେଖୁଥିବା ସ୍ଥାନୀୟଲୋକଙ୍କ ତୁଣ୍ଡରୁ ଶୁଣିବାକୁ ମିଳୁଥିଲା। ଏହି ଘଟଣା ସମ୍ପର୍କରେ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ତେବେ ଏହି ଘଟଣା ପ୍ରଥମ ନୁହେଁ। ଗତ ବର୍ଷ ମଇ ମାସରେ ଜୟପୁର ଉପକଣ୍ଠରେ ଥିବା ଡାକ୍ତଖାନା ପରିସରରେ ଏଭଳି ଏକ ଶିଶୁ ଆଲୋଡା ହୋଇ ପଡ଼ିଥିଲା। ଯାହାକୁ ନେଇ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି ବି ହୋଇଥିଲା।

ସମ୍ବନ୍ଧିତ ଖବର