ଜୟପୁର ପ୍ରିମିୟର ଲିଗ୍ : ସୁପରଷ୍ଟାର୍ସ ଓ ଜୟପୁର ରୋୟଲସ୍  ବିଜୟୀ

ଜୟପୁର: ଏସଆର ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)-୨ର ଷଷ୍ଠ ଦିନରେ ପ୍ରଥମ ମ୍ୟାଚରେ ଜୟପୁର ସୁପରଷ୍ଟାର୍ସ  ଓ ଦ୍ବିତୀୟ ମ୍ୟାଚରେ ଜୟପୁର ରୋୟଲସ୍ ଦଳ  ବିଜୟୀ  ହୋଇଛନ୍ତି।

ପ୍ରଥମ ମ୍ୟାଚରେ ୩୯ରନରେ ଜୟପୁର ସୁପରଷ୍ଟାର୍ସ ଦଳ ବିଜୟୀ ହୋଇଛନ୍ତି। ଜୟପୁର ଷ୍ଟ୍ରାଇକର୍ସ  ଦଳ ଟସ୍ ଜିତି  ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ସୁପରଷ୍ଟାର୍ସ ଦଳ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୫୭ରନ ସଂଗ୍ରହ କରିଥିଲେ। ସୁପରଷ୍ଟ‌ାର୍ସ ଦଳର ବିଜୟ କୁମାର ୩୦, ଏମ୍ ଅମିତ କୁମାର ୨୪ଓ  ଇରଫାନ ଖାନ ୨୦ ରନ ସଂଗ୍ରହ କରିଥିଲେ। ଷ୍ଟ୍ରାଇକର୍ସ ଦଳର ସଂଜୟ କୁମାର ପାତ୍ର  ୩ଟିଓ ଉମାଶଙ୍କର ସାହୁ ଓ ଏମ ଆଶିଷ  ୨ଟି  ଲେଖାଏଁ ୱିକେଟ ନେଇଥିଲେ।

ସମ୍ବନ୍ଧିତ ଖବର