ଜୟପୁର ଉପଖଣ୍ଡସ୍ତରୀୟ ଇରୋନେଟ୍ -୨.୦ କର୍ମଶାଳା

ଜୟପୁର: ସ୍ଥାନୀୟ ଟାଉନହଲ ପରିସରରେ ଇରୋନେଟ୍ -୨.୦ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡନିର୍ବାଚନ ଅଧିକାରୀ ବେଦବର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଏଥିରେ ବୋରିଗୁମ୍ମା ବିଡିଓ ପ୍ରଣୟ ରଂଜନ ବେହେରା, କୋଟପାଡ଼ ବିଡିଓ ସ୍ନେହପ୍ରଭା ମାଝୀ, ସହକାରୀ ଜିଲ୍ଲାପାଳ ବାଲାଜୀ ପ୍ରସାଦ ବ୍ରହ୍ମା, କୁନ୍ଦ୍ରା ଅତିରିକ୍ତ ବିଡିଓ ରାମ ପ୍ରସାଦ ଦୋରା ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ବ୍ଲକର ଜିପିଇଓ, ଜୟପୁର ପୌରପାଳିକା  ‌ ଓ କୋଟପାଡ ଏନଏଏସିର ବିଏଲଓ ସୁପରଭାଇଜର ମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ସହକାରୀ ମନସ୍ବିନୀ ବେହେରା, ପରିଚାଳନା କରିଥିବା ବେଳେ ମନୋଜ ପାଳ, କିରଣ ମହାରାଣାଓ ବୃନ୍ଦାବନ୍ଦ ମହାନ୍ତି ସହଯୋଗ କରିଥିଲେ। ପୂର୍ବରୁ ଭୋଟରତାଲିକା ଗ୍ରହଣ କରାଯାଉଥିବା ଆପ୍ ବଦଳି ଯାଇଥିବା ଏବଂ ନୂଆ ଆପରେ କିଭଳି ତଥ୍ୟ ସଂଗ୍ରହ କରାଯାଇ ଭୋଟର ତାଲିକା ସଂଶୋଧନ କରାଯିବ ସେ ସଂପର୍କରେ ଉପଜିଲ୍ଲାପାଳ ସଚେତନତା ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର