ବ୍ଯାସନଗର: ମିଳିତ କ୍ରିୟାନୁଷ୍ଠାନ କମିଟି ୫ ଦଫା ଦାବି ନେଇ ପୂର୍ବ ଘୋଷଣା ମୁତାବକ ଆଜି ଯାଜପୁର ରୋଡ ସହରରେ ଅର୍ଥନୈତିକ ଅବରୋଧ କରିଛି। ଏହାର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଇକ, ଆମ୍ବୁଲାନ୍ସ ଓ ଜରୁରିକାଳୀନ ଯାନକୁ ଛାଡି ଅନ୍ଯ କୌଣସି ଗାଡି ଗଡୁନାହିଁ। ଶାସକ ବିଜେଡିକୁ ଛାଡି ଅନ୍ଯ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଅର୍ଥନୈତିକ ଅବରୋଧକୁ ସମର୍ଥନ କରିଥିବାରୁ ସବୁକିଛି ବନ୍ଦ ରହିଛି। ଏହାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଗତକାଲି ଛାମୁଆଁ ସଂଗଠନ କର୍ମକର୍ତ୍ତାଙ୍କୁ ୧୦୭ ରେ ନୋଟିସ କରିଥିଲେ ବି ଆନ୍ଦୋଳନ ଏଡାଇବାରେ ଅସମର୍ଥ ହୋଇଛି।
ଫଳସ୍ୱରୂପ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବହୁ ଯାତ୍ରୀ କଲବଲ ହୋଇଛନ୍ତି। ଅନେକ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି। ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା, ଯାଜପୁର ରୋଡ ସହରରୁ ବ୍ଯାସନଗର ଭାବେ ନାମକରଣ କରିବା ଓ ଅନ୍ଯାନ୍ଯ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ଆଦି ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/9606cb0c-02f3-4108-adf7-1bd30033b3c4.jpg)