ଯାଜପୁର ଅଗ୍ନିଶମ ବିଭାଗର ନିଆରା ପ୍ରୟାସ, ୧୦୧ ବଦଳରେ ୧୧୨ ନମ୍ବର ବ୍ୟବହାର କରିବାକୁ ଲୋକମାନଙ୍କୁ ଦେଲେ ପରାମର୍ଶ

ଯାଜପୁର: ଅଗ୍ନିଶମ ସେବା ସପ୍ତାହ ଅବସରରେ ଆଜି ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ କରାଯାଇଛି । ସବୁ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗର ଆବଶ୍ୟକତା ପଡିଥାଏ । ଏଣୁ ଅଗ୍ନିଶମ ସେବା ସପ୍ତାହ ଅବସରରେ ଲୋକମାନଙ୍କୁ ଆବଶ୍ୟକୀୟ ଅଗ୍ନିନିର୍ବାପକ ସଂପର୍କରେ ଅବଗତ କରାଇବା ପାଇଁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାଜପୁର ଅଶ୍ନିଶମ ପକ୍ଷରୁ ଯାଜପୁର ସହର ମଧ୍ୟରେ ସୁସଜ୍ଜିତ ଅଗ୍ନିଶମ ଗାଡି ଗୁଡିକ ପରିକ୍ରମା ସହ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ଜରୁରୀ ଯୋଗାଯୋଗ ନଂ ୧୦୧ ବଦଳରେ ୧୧୨ ବ୍ୟବହାର କରିବାକୁ ଲୋକମାନଙ୍କୁ ଲିପଲେଟ୍ ମାଧ୍ୟମରେ ସଚେତନତା କରାଯାଇଛି । ଏଥି ସହ ଅଗ୍ନିସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନତା କରାଯାଇଛି ।

ସୁରକ୍ଷା ପାଇଁ ଉପକରଣର ସୁରକ୍ଷା ନିତାନ୍ତ ଆବଶ୍ୟକ । ଏହି ସପ୍ତାହ ମଧ୍ୟରେ ଯାଜପୁର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଗ୍ରାମାଚଂଳ ଓ ସହରାଂଚଳମାନଙ୍କରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଅଗ୍ନିସେବା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି କହିଛନ୍ତି ।

ସମ୍ବନ୍ଧିତ ଖବର