ଦୁର୍ବୃତ୍ତଙ୍କ ଆକ୍ରମଣରେ ଯାଜପୁର ସହକାରୀ ଜିଲ୍ଲାପାଳ ଆହତ

ଯାଜପୁର: ଯାଜପୁର ସହକାରୀ ଜିଲ୍ଲାପାଳ ଦୁବୃର୍ତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ସହକାରୀ ଜିଲ୍ଲାପାଳଙ୍କ ନାମ ତରଣୀସେନ ପଟ୍ଟନାୟକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାମ କରୁଥିବା ତରଣୀସେନ ପଟ୍ଟନାୟକଙ୍କୁ ଗତକାଲି ରାତିରେ ୫ ଜଣ ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ସେ ଗତକାଲି ରାତିରେ ପରିବାର ସହ ଯାଜପୁର ଟାଉନସ୍ଥିତ ବାସଭବନକୁ ଫେରୁଥିବା ବେଳେ ସଦର ଥାନା କବୀରପୁର ଠାରେ ଆକସ୍ମିକ ଭାବେ ଦୁବୃର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିବା ସହ ମାଡ ମାରିଥିଲେ। ଏଥିସହିତ ତରଣୀସେନ ପଟ୍ଟନାୟକଙ୍କ ଠାରୁ ମୋବାଇଲ ଓ ଟଙ୍କା ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଦୁବୃର୍ତ୍ତଙ୍କ ଆକ୍ରମଣ ସମ୍ପର୍କରେ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କୁ ଉଦ୍ଧାର କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ଚଢ଼ାଉରେ ପୁଲିସ ୫ ଜଣ ଦୁବୃର୍ତ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର