ଯାଜପୁରସଦର/କୋରେଇ: ଦୁର୍ଘଟଣାରେ ମୃତ ଜଣେ ଯୁବକଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ପୁଲିସ ଓ ପରିବାର ଲୋକେ ମୁହାଁମୁହିଁ ହୋଇଛନ୍ତି। ଶବ ନନେଇ ଯାଜପୁର ମେଡ଼ିକାଲରେ ଧାରଣାରେ ବସିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଗନ୍ନାଥ ହୋଟେଲ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା।
ଯୁବକ ଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋ‌େକ ପୁଲିସ୍‌କୁ ଖବର ଦେଇଥିଲେ। ପାଣିକୋଇଲି ପୁଲିସ୍‌ ଆହତ ଯୁବକଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଣିକୋଇଲି ଥାନା ଏଏସ୍‌ଆଇ ବିଶ୍ବନାଥ ଦତ୍ତ ମେଡିକାଲ୍‌ରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲେ।। ପୁଲିସ ପକ୍ଷରୁ ଏନେଇ ମୃତ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଛଡାଯିବା ପରେ  ପରିବାର ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହ˚ଚି ଶବ ଚିହ୍ନଟ କରିଥିଲେ।
ମୃତକ ଯୁବକ ଜଣକ ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଅ˚ଚଳ ସୋଲପଡା ଗ୍ରାମର ଦୀପକ ଦଳାଇ (୨୬) ବୋଲି ଜଣାପଡିଛି। ପରିବାର ଲୋକ ପହଞ୍ଚିବା ପୂର୍ବରୁ କାହିଁକି ପୁଲିସ ଶବ ବ୍ୟବଚ୍ଛେଦ କଲା, ସେନେଇ ପରିବାର ଲୋକେ ‌କ୍ଷୋଭ ପ୍ରକାଶ କରିବା ସହିତ ମେଡିକାଲ ପରିସରରେ ହୋହଲ୍ଲା କରିବା ସହ ଧାରଣା ଦେଇଥିଲେ।
ମୃତ ଦୀପକଙ୍କ ବାପା ପ୍ରଫୁଲ ଦଲାଇଙ୍କ ଅଭିଯୋଗ କରିଛନ୍ତି ଯେ ଆଜି ଗୋଟିଏ ନମ୍ବରରୁ ତାଙ୍କ ଘରକୁ ଫୋନ୍ ଆସିଥିଲା। କୁହାଯାଇଥିଲା ଯେ ପୁଅ ଗୁରୁତର ଅଛନ୍ତି, ତୁରନ୍ତ ଯାଜପୁର ମେଡିକାଲ ଯାଅ। ମେଡିକାଲରେ ପାଣିକୋଇଲି ପୁଲିସ ଶବ ବ୍ୟବଚ୍ଛେଦ କରି ସାରିଥିଲା। ଏପରି କାର୍ଯ୍ୟ କରିଥିବା ଲୋକ ଦୀପକଙ୍କ ହତ୍ୟାକାରୀ ବୋଲି ଯାଜପୁର ଟାଉନ ଥାନାରେ ତାଙ୍କ ବାପା ଅଭିଯୋଗ କରିବାକୁ ଯାଇଥି‌େଲ। ପୁଲିସ୍ ତାଙ୍କୁ ପାଣିକୋଇଲି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେବାରୁ ସେ ପୁଅର ଶବ ନନେଇ ଘରକୁ ଫେରିଯାଇଥିବା ଟାଉନ ଥାନା ଅଧିକାରୀ ମାନସ ରଂଜନ ଚକ୍ର ପ୍ରକାଶ କରିଛନ୍ତି।

Advertisment