ଯାଜପୁର/ଟାଉନ୍ : ବିଏମସିର ଡେପୁଟି ଜୋନାଲ୍ କମିସନର୍ ପ୍ରମୋଦ ପୃଷ୍ଟିଙ୍କ ଘରେ ଚାକିରାଣୀ ଭାବେ କାମ କରୁଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଚିକିତ୍ସାଧୀନ ଥିବା ତାଙ୍କ ଶ୍ବଶୁର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ଆଜି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗତ ୫ତାରିଖରେ ଗିରଫ ହୋଇଥିବା ଶ୍ରୀ ମହାପାତ୍ର ସ୍ବାସ୍ଥ୍ୟଗତକାରଣରୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କୁ ଯାଜପୁର ସିଜେଏମ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନାନପୁର ଅଞ୍ଚଳର ଆଦିବାସୀ ନାବାଳିକାର ମା’ଙ୍କୁ ଜଣେ ଦଲାଲ ପ୍ରଲୋଭିତ କରି ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟିଙ୍କ ଘରେ ଛାଡିଥିଲା। ନାବାଳିକା ତାଙ୍କ ଘରେ କାମ କରୁଥିଲା। ଶ୍ରୀ ପୃଷ୍ଟିଙ୍କ ଶ୍ବଶୁର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସଂପୃକ୍ତ ନାବାଳିକାକୁ ବିଭିନ୍ନ ଉପାୟରେ କରାୟତ କରି ଲଗାତର ଦୁଷ୍କର୍ମ କରିଥିଲେ। ନାବାଳିକା ଗର୍ଭବତୀ ଥିବା ତାର ମା’ ଜାଣିବାକୁ ପାଇ ଗତ ୧ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଚପାଇ ଦେବାକୁ ବିଭିନ୍ନ ସ୍ତରରେ ଚାପ ପକାଯାଇଥିଲା। ମାତ୍ର ଏହା ଗଣମାଧ୍ୟମରେ ପ୍ରକାଶ ପରେ ଗତ ୫ତାରିଖରେ ଅଭିଯୁକ୍ତ ଶ୍ରୀ ମହାପାତ୍ରଙ୍କୁ ଗିରଫ କରାଯାଇଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଡ଼ିଏସପି ସଂଗ୍ରାମ ଟୁଡୁ ଆଜି ତାଙ୍କୁ ଯାଜପୁର ସିଜେଏମ କୋର୍ଟରେ ହାଜର କରିଥିଲେ। ସିଜେଏମ ଜୀବନାନନ୍ଦ ପାଢୀ ତାଙ୍କ ମିନ ନାମାଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରବୀର ରାୟ କେସ୍ ପରିଚାଳନା କରୁଥିଲେ। ତଦନ୍ତକାରୀ ଅଧିକାରୀ ଡିଏସପି ଶ୍ରୀ ଟୁଡୁ କହିଛନ୍ତି ଅଭିଯୁକ୍ତଙ୍କ ନାମରେ ଏସିଏସଟିଆକ୍ଟ, ପୋକ୍ସୋ ଆକ୍ଟ, ଶିଶୁ ଶ୍ରମିକ ଶୋଷଣ ଅପରାଧ, ଦୁଷ୍କର୍ମ ଓ ୫୦୬ ଭଳି ଅନେକ ସଙ୍ଗିନ ଦଫାରେ ମାମଲା ରୁଜୁ କରାଯାଇଛି।