ସ୍ମିତାରାଣୀ ମୃତ୍ୟୁ ଘଟଣା: ଯାଜପୁର କିଆନାଳୀ ଛକରୁ ବାହାରିଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା

ଯାଜପୁର: ଯାଜପୁର ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣା। ଯାଜପୁର କିଆନାଳୀ ଛକରୁ ବାହାରିଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା । ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶତାଧିକ ମହିଳା କର୍ମୀ। ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ, ଯାଜପୁର ଏସପି ଚରଣ ସିଂ ମୀନା ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କଲେ ମହିଳା କର୍ମୀ । ଗତ ଅକ୍ଟୋବର ୧୬ତାରିଖ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ଘଟିଥିଲା ସନ୍ଦେହଜନକ ମୃତ୍ୟୁ । ସରପଞ୍ଚ ସ୍ବାମୀ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ୍ରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ଝୁଲନ୍ତା ଶବ। ଏହି ଘଟଣାରେ ଗିରଫ୍ ହୋଇ କୋର୍ଟ ଚାଲାଣ ହୋଇଥିଲେ ଅଭିଯୁକ୍ତ ରୁପେସ୍ ଭଦ୍ର । ରୁପେସ୍ ଙ୍କୁ ମାନ୍ୟବର ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଜାମିନ ନାମଞ୍ଜୁର କରି ଯାଜପୁର ରୋଡ ସବଜେଲକୁ ପଠାଇଥିଲେ ।

ସମ୍ବନ୍ଧିତ ଖବର