କୁହିକା : ଯାଜପୁର ଆରଡି ଡିଭିଜନ, ଡୁବୁରି ସବଡିଭିଜନ ଅନ୍ତର୍ଗତ କୁହିକା-ବମ୍ବିଲୋ ରାସ୍ତା ନିର୍ମାଣରେ ବ୍ୟାପକ କେଳେଙ୍କାରୀ ହୋଇଛି। ଧାର୍ଯ୍ୟ ଅବଧିଠାରୁ ପ୍ରାୟ ଦୁଇବର୍ଷ ବିଳମ୍ବରେ କାର୍ଯ୍ୟ ସରିଥିବା ବେଳେ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ହେଉଛି। ସେପଟେ ମାତ୍ର ୫ ମାସ ମଧ୍ୟରେ ପ୍ରାୟ ଦେଢ଼ କୋଟି ଖର୍ଚରେ ନିର୍ମାଣ କରାଯାଇଥିବା ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
କୁହିକା ପଞ୍ଚାୟତ ମୁଖ୍ୟାଳୟର କୁହିକା ହାଟଛକ ଠାରୁ ବାମ୍ବିଲୋ ଦେଇ ଭୁବନ ବ୍ଲକ କେନ୍ଦୁପଡ଼ା ଗ୍ରାମ ସହ ପଡେ଼ାଶୀ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମକୁ ସ˚ଯୋଗ କରୁଛି। କୁହିକା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ହାଟ ଓ ବଜାରକୁ ଯାତାୟାତ ସହ ଉପକଣ୍ଠ ଗ୍ରାମଗୁଡ଼ିକରୁ ଯୋଗାଯୋଗର ପ୍ରମୁଖ ରାସ୍ତା ପାଲଟିଥିବା ଉକ୍ତ ରାସ୍ତାର ଅବଶିଷ୍ଟାଶ˚ କୁହିକା ଛକ ଠାରୁ ବାମ୍ବିଲୋ ଶିବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨କିମି ରାସ୍ତାର କାର୍ଯ୍ୟାରମ୍ଭ ୨୦୧୫ ମସିହା ନଭେମ୍ବର ୧୮ ତାରିଖରେ ହୋଇଥିଲା। ୨୦୧୬ ମସିହା ଅଗଷ୍ଟଟ ୧୭ ତାରିଖ ପର୍ଯ୍ୟସ୍ତ ରାସ୍ତା ଅବଧି ଧାର୍ଯ୍ୟକରାଯାଇଥିଲା। ୧ କୋଟି ୨୭ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା କାର୍ଯ୍ୟ ତ୍ବାରାନ୍ବିତ କରିବାରେ ଅହେତକୁ ବିଳମ୍ବ ହେତୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଥିଲା। ଏନେଇ ମଧ୍ୟ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କୁହିକା ଠାରୁ ବାମ୍ବିଲୋ ପର୍ଯ୍ୟନ୍ତ ୨.୩୫୦ କି.ମି ଦୀର୍ଘ ଉକ୍ତ ଢଳାଇ ଓ ପିଚୁ ରାସ୍ତାର କାର୍ଯ୍ୟ ୨୦୧୬ ମସିହା ଅଗଷ୍ଟ ୧୭ ତାରିଖ ମଧୢରେ ସାରିବାକୁ ଥିବାବେଳେ କାର୍ଯ୍ୟ ବିଳମ୍ବ ହେତୁ ବହୁ ଅଭିଯୋଗ ପରେ ଗତ ୨୦୧୮ ମସିହା ଏପ୍ରିଲ ମାସ ମଧୢ ଭାଗରେ କାମ ସରିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧କୋଟି ୨୭ଲକ୍ଷ ୫୭ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ହୋଇଥିବା ଉକ୍ତ କାର୍ଯ୍ୟ ସରିବାର ୫ ମାସ ମଧୢରେ ଉକ୍ତ ରାସ୍ତାର ଦୁରବସ୍ଥାରୁ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ହାଟ ଛକ ଆରମ୍ଭରୁ ୩୦୦ ମିଟର ଢଳାଇ ରାସ୍ତା ନିର୍ମାଣ ହୋଇଥିବାବେଳେ ଏହି ରାସ୍ତାରେ ଗୋଡ଼ି ବାହାରିବା ସହ ଖଣ୍ତ ବିଖଣ୍ତିତ ହେବାକୁ ବସିଲାଣି। ସେହିପରି ଅବଶିଷ୍ଟ ୨.୦୫୦ କି.ମି. ପିଚୁ ରାସ୍ତାରେ ବହୁ ଅଞ୍ଚଳ ପିଚିୁ ଉଠି ରାସ୍ତାରେ ଫାଟ ହୋଇଥିବା ସହ ରାସ୍ତା କଡ଼ରେ ବଡ଼ବଡ଼ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୫୦ ମିଟରରୁ ଅଧିକ ରାସ୍ତା କାମ ହୋଇଥିବା ଅଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ୨କି.ମି ୨୮୦ ମିଟର ଦୀର୍ଘ ହୋଇଥିବାବେଳେ ବାକି ୩୦ମିଟର ରାସ୍ତା କେଉଁଠାରେ ନିର୍ମାଣ ହେଲା ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାର ଅବସ୍ଥା ଯାହା ଏଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ତୁରନ୍ତ ଏଦିଗରେ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ମୁଖ୍ୟମନ୍ତ୍ରୀ ରାସ୍ତାରେ ଦେଢ଼ କୋଟି କେଳେଙ୍କାରୀ:୨ବର୍ଷ ବିଳମ୍ବରେ ସରିଲା, ୫ମାସ ଗଲାନି
/sambad/media/post_attachments/wp-content/uploads/2018/10/jajpu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)