କୋକସରା: ଟ୍ରକ ଚାପାରେ ଜଣେ ମୃତ, ୨ ଗୁରୁତର; ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

କୋକସରା: କୋକସରା କେନାଲ ପୋଲ ନିକଟସ୍ଥ ୨୬ ନଂ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଲୁହାଛଡ଼ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ଭୋର ୫ଟା ସମୟରେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଜୟପୁର ପଟେ ଯାଉଥିବା ବେଳେ ଫାୟର ଷ୍ଟେସନ ନିକଟସ୍ଥ ରାସ୍ତା କଡ଼ରେ ଠିଆ ହୋଇଥିବା ୩ ଜଣଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା ଓ ଜଣକୁ ବାଇକ ସାଙ୍ଗରେ ଘୋଷାଡ଼ି ନେଇଥିଲା।

ଫଳରେ ଟ୍ରକ୍ ଚାପାରେ ଆସି ଚିକିଲି ଗ୍ରାମର ଯୁବକ ଯୁଗେ ବେମାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ତ ଗହୀର ଓ ରାମବତୀ ଦୀପ ନାମ ମହିଳା ଗୁରୁତର ଅବସ୍ଥାରେ କୋକସରା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ କ୍ଷତିପୂରଣ ଦାବିରେ ଲୋକମାନେ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବନ୍ଦ ରହିଛି।।

ସମ୍ବନ୍ଧିତ ଖବର