ଭୁବନେଶ୍ବର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଧାଡ଼ିରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କଲେ ୧୦୫ ବର୍ଷୀୟା ବୃଦ୍ଧା। ଶତାୟୁ ଭୋଟରମାନଙ୍କ ପାଇଁ ଘରେ ଭୋଟିଂର ବ୍ୟବସ୍ଥା ହେଉଥିଲେ ମଧ୍ୟ ଯାଜପୁରର ମାଳତୀ ମାଝୀ ନାମକ ଶତାୟୁ ଭୋଟର ନିଜ ପୁଅ ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ୍ ଦେଇଛନ୍ତି। ମାଳତୀ ନିଜେ ଭୋଟ ଦେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ କହିଛନ୍ତି।
ସେହିପରି ଯାଜପୁରରେ ଅନ୍ୟ ଜଣେ ୯୦ ବର୍ଷୀୟା ବୃଦ୍ଧା ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନିଜ ପୁଅଙ୍କ ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ବୃଦ୍ଧା ଜଣକ ଭୋଟ ଦେଇଛନ୍ତି। ଶତାୟୁ ଭୋଟରମାନଙ୍କ ଏଭଳି ମନୋଭାବ ଅନ୍ୟ ଭୋଟରମାନଙ୍କୁ ପ୍ରେରଣା ଦେଇଛି। ସେପଟେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶତାୟୁ ଭୋଟରମାନେ ଆସି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଉଥିବା ଦେଖିବାକୁ ମିଳିଛି। ବୟସାଧିକ ଭୋଟରମାନଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋଟ ଦେବାକୁ ଆସିଥିବା ଜଣେ ଶତାୟୁ ଭୋଟର କହିଛନ୍ତି ଯେ ମୁଁ ବଞ୍ଚିଥିଲା ଯାଏ ମୋ ଅଧିକାରକୁ ଛାଡ଼ିବିନି। ଜୀବନ ଥିଲା ଯାଏ ମୁଁ ମତଦାନ କେନ୍ଦ୍ରକୁ ଆସୁଥିବି ଆଉ ଭୋଟ ଦେଉଥିବି ବୋଲି ବୃଦ୍ଧା ଜଣକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/images-1.jpg)