କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା: ଦଶାଶ୍ବମେଧ ଘାଟ ଓ ଗୋକର୍ଣ୍ଣେଶ୍ବରରେ ୧୪୪ ଧାରା

ଯାଜପୁର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ଓ ସନ୍ନିକଟ ଜଗନ୍ନାଥ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସହ ଜିଲ୍ଲା ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏହି ଘାଟରେ ବୁଡ଼ ପକାଇବା ସହ ଡଙ୍ଗା ଭସାଇଥାନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ସେହିପରି ଧର୍ମଶାଳା ଥାନା ଅଧୀନ ଗୋକର୍ଣ୍ଣେଶ୍ବ ମନ୍ଦିର ପରିସରରେ ମଧ୍ୟ ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ସ୍ଥାନୀୟ ପୁଲିସ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ୧୮ ତାରିଖ ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

ସମ୍ବନ୍ଧିତ ଖବର