ମାଡ଼ିବସିଲା ଏସଟିଏଫ୍: ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର: ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ମାଡ଼ିବସିଲା ଏସଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁର ହାଟପଡ଼ିଆରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ଟ୍ରକ ଓ ୩୪ ହଜାର ୫୦୦ ଟଙ୍କା ଜବତ ହୋଇଛି।

ଏନେଇ କେସ ନମ୍ବର ୨୭୬ ଅନୁଯାୟୀ ସିୟାଜୁଦ୍ଦିନ ଖାନ ଓ ମହମ୍ମଦ କରିମଙ୍କୁ ଗିରଫ କରାଯାଇଛି। ଅସୁସ୍ଥ ଗାଈଙ୍କ ଚିକିତ୍ସା ପରେ ସେମାନଙ୍କୁ ଯାଜପୁର ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ବି ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର