ଭୁବନେଶ୍ବର: କେନ୍ଦୁଝର ଜିଲ୍ଳା ଘଟଗାଁ ଓ ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଗରିଆପୁର ଅଞ୍ଚଳରେ ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ୫୦ ବର୍ଷ ବୟସରୁ ଅଧିକ। ସେ ସଂପର୍କରେ ନିମ୍ନରେ ସବି‌ଶେଷ ବିବରଣୀ ପ୍ରଦାନ କରାଯାଇଛି।

Advertisment

ସାପ କାମୁଡ଼ାରେ ଜଣେ ମୃତ
ଘଟଗାଁ: ଘଟଗାଁ ସୌଭାଗ୍ୟନଗରରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସପନ କୁମାର ଦାସ (୫୩)। ଗତକାଲି ରାତି ପ୍ରାୟ ୨ଟାବେଳେ ସପନ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କ ଜଂଘକୁ କାମୁଡ଼ିଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଘଟଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସାପ କାମୁଡ଼ାରେ ଜଣେ ମୃତ
ଯାଜପୁରସଦର: ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଗରିଆପୁର ଅଞ୍ଚଳର ମନୋରଂଜନ ସାମଲ (୫୫)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ବୁଧବାର ରାତିରେ ତାଙ୍କୁ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଯାଜପୁର ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଗରିଆପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।