ଯାଜପୁର: ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ମହିଳା ହେଲେ ଭୁବନେଶ୍ୱର ସହିଦନଗର ନିବାସୀ ସୁସ୍ମିତା ପାଢ଼ୀ, ଗୀତାଞ୍ଜଳି ପାଢ଼ୀ।
ମିଳିଥିବା ସୂଚନାନୁସାରେ ଏକ କାରରେ ସେମାନେ ଭୁବନେଶ୍ୱରରୁ ଯାଜପୁର ଟାଉନ ଅଭିମୁଖେ ବିରଜାଙ୍କ ଦର୍ଶନ ନିମନ୍ତେ ଯାଉଥିଲେ। ଯାଜପୁର ଜିଲ୍ଲା ବୈରୀ ଥାନା ୧୬ନିମ୍ବର ଜାତୀୟ ରାଜପଥ ଭଟିଆ ଛକ ନିକଟରେ ଥିବା କାକରା ଦୋକାନରୁ କାକରା ଖାଇବା ପାଇଁ ଗାଡ଼ି ରୋକି ଯିବା ସମୟରେ ଏକ ବଡ ମାଲ ବାହି ଟ୍ରକ ଭୁବନେଶ୍ୱର ପଟୁ ଦୃତ ଗତିରେ ଆସୁଥିଲା। ଟ୍ରକ୍ଟି ନିଜ ଭାରସାମ୍ୟ ହରାଇ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଦେହର ୫୦ ଭାଗ ନଷ୍ଟ ହୋଇଯାଇଛି। ପୁଲିସ୍ ସେଠାରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କାଇଛନ୍ତି। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/a9bb9c1e-9514-4073-b136-4dcd125a2cee.jpg)