ଯାଜପୁରଟାଉନ: ୨୦୨୩ ମସିହା ଫେବ୍ରୁଆରି ୧୦ ତାରିଖରେ ବରୀ ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ(୧୦) ବର୍ଷଙ୍କୁ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପୋଥାଳ(୫୦) ନିଜ ଅଫିସକୁ ଡାକି ଅସଦାଚରଣ କରିଥିଲେ। ଛାତ୍ରୀଜଣକ ଏନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ବରୀ ଥାନାରେ ଅଭିଯୋଗ ହୋଇଥିଲା। ଥାନା କେସ ନମ୍ବର ୫୪/୨୩ ଦଫା ୩୫୪, ୩୫୪(ଏ) ଏବଂ ୮ ପୋକ୍ସୋ ଆକ୍ଟରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ୧୦ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଯାଜପୁର ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ମାସ ଜେଲ୍ ପାଇଁ ରାୟ ଦେଇଛନ୍ତି। ସରକାରୀ ଓକିଲ ରାଜୀବ ମହାନ୍ତି ମାମଲା ପରିଚାଳନା କରୁଥିଲେ।
ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନଶିକ୍ଷକଙ୍କୁ ୨ବର୍ଷ ଜେଲ୍
ଯାଜପୁରଟାଉନ: ୨୦୨୩ ମସିହାରେ ଏକ ସ୍କୁଲରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ(୧୦) ବର୍ଷଙ୍କୁ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପୋଥାଳ(୫୦) ନିଜ ଅଫିସକୁ ଡାକି ଅସଦାଚରଣ କରିଥିଲେ। ଯାଜପୁର ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ୨ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।
/sambad/media/media_files/ZNS1GefZpI8AivtrjY1c.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)