କୁହିକା : ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବନବାସୀମାନଙ୍କର ବିକାଶ ପାଇଁ ଆଇଏପି ଅନୁଦାନରେ ବିଭିନ୍ନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ଅଥଚ ଆଇଏପିର ନୀତି ନିୟମକୁ ଉଲ୍ଲଂଘନ କରି କୋଟି କୋଟି ଟଙ୍କାର ଅନୁଦାନ ଯାଜପୁର ଜିଲ୍ଲାରେ ଅପବ୍ୟବହାର କରାଯାଇଛି ବୋଲି ନଗଡ଼ା ପ୍ରସଙ୍ଗ ବେଳେ ଲୋକଲୋଚନକୁ ଆସିଥିଲା। ଯାହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃ୍ଷ୍ଟି ହୋଇଥିଲା। ଏଠାରେ ଆଇଏପି ଯୋଜନାର ୨୫.୫୪ଲକ୍ଷ ଟଙ୍କା ରାସ୍ତା ଚୋରି ହୋଇଯାଇଛି। କେବଳ ଫଳକ ଲଗାଇ ସରକାରୀ ଅନୁଦାନ ହଡ଼ପ କରାଯାଇଛି ବୋଲି ଏବେ ଲୋକମାନେ ଜାଣିପାରିଛନ୍ତି। ସୁକିନ୍ଦା ବ୍ଲକ୍ରେ ସମନ୍ବିତ କାର୍ଯ୍ୟ ଯୋଜନା(ଆଇଏପି)ରେ ବ୍ୟାପକ ଘୋଟାଲା ହୋଇଛି। ନମୁନା ସ୍ବରୂପ ୍ବନ୍ଧଗାଁ ପଞ୍ଚାୟତ ରାଙ୍କିଆ ଗ୍ରାମ ଆରମ୍ଭରେ ଏକ ବିଲରେ ଥିବା ଏକ ଫଳକରୁ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଲୁକ୍କାୟିତ ଅବସ୍ଥାରେ ଥିବା ଉକ୍ତ ଫଳକରେ ୨୦୧୨-୧୩ ଆର୍ଥିକ ବର୍ଷରେ ସମନ୍ବିତ କାର୍ଯ୍ୟ ଯୋଜନା ଅଧୀନରେ ରାଙ୍କିଆ ସେବାଶ୍ରମ ରାସ୍ତା ଠାରୁ ନାଲୁଆବେଣା ପର୍ଯ୍ୟନ୍ତ ରାସ୍ତା ପୋଲ ୨୫ଲକ୍ଷ ୫୪ ହଜାର ୩୨୬ଟଙ୍କା ଅଟ୍ଟକଳରେ ନିର୍ମାଣ ହୋଇଥିବା ସୂଚନା ରହିଛି। ସ୍ଥଳ ବିଶେଷରେ ରାଙ୍କିଆ ସେବାଶ୍ରମ ଠାରୁ ନାଲୁଆବେଣା ପର୍ଯ୍ୟନ୍ତ ଅଦ୍ୟାବଧି କୌଣସି ରାସ୍ତା କିମ୍ବା ପୋଲ ନିର୍ମାଣ ହୋଇ ନାହିଁ। କେବଳ ଫଳକ ଲଗାଇ ଉକ୍ତ ରାସ୍ତା ନିର୍ମାଣ ନାମରେ ଅର୍ଥ ଚଳୁ ହୋଇଯାଇଥିବା ଉଭୟ ରାଙ୍କିଆ ଓ ନାଲୁଆବେଣା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଆମ୍ବଦୁଲ ଠାରୁ କୋଇଲ ପର୍ଯ୍ୟନ୍ତ କେବଳ ଗୋଟିଏ ରାସ୍ତା ଥିବାବେଳେ ଏହି ରାସ୍ତା ଦେଇ ନାଲୁଆବେଣାକୁ ଯାତାୟାତ କରାଯାଉଥିବା ପରିଲିକ୍ଷିତ ହୋଇଛି। ଏହାର ଅନୁସଂଧାନ କଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।
୨୫ଲକ୍ଷ ଟଙ୍କାର ରାସ୍ତା ଚୋରି :ଆଇଏପି ଅନୁଦାନ କେଳେଙ୍କାରୀ
/sambad/media/post_attachments/wp-content/uploads/2018/11/jajpur16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)