ଯାଜପୁର : ଚିଙ୍ଗୁଡି ଗାଡିରୁ ଚାନ୍ଦା ଆଦାୟ କରି ୩ ଜଣ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମୂଳାପାଳ ଠାରେ ଏକ ଗାଡିରୁ ଚାନ୍ଦା ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଗତକାଲି କୁଆଖିଆ ଥାନା ୧୬ନଂ ଜାତୀୟ ରାଜପଥର ମୂଳାପାଳ ଠାରେ ବାଲେଶ୍ବରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଚିଙ୍ଗୁଡି ବୋଝେଇ ଗାଡିକୁ ଅଟକାଇ ଏହି ୩ ଜଣ ଯୁବକ ଡ୍ରାଇଭରଙ୍କୁ ଭୟଭୀତ କରି ଚ‌ାନ୍ଦା ମାଗୁଥିଲେ। କୌଣସି ପ୍ରକାର ପୁଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ୩ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ୩ ଜଣ ହେଲେ ଜେନାପୁର ଅଞ୍ଚଳର ପ୍ରକାଶ ରାଉତ(୨୫), ପ୍ରକାଶ ବେହେରା(୩୪), ଓ ସ୍ମୃତିରଂଜନ କାନୁନଗୋ (୩୨)। ସେମାନଙ୍କୁ ପୁଲିସ କେସ ନଂ ୩୬୨/୨୦ରେ ଏକ ମାମଲା ରୁଜୁ କରି ଦଫା ୩୪୧/୩୨୩/୨୯୪/୫୦୬/୩୮୭/୩୪ ଆଇପିସିରେ କୋର୍ଟ ଚାଲଣ କରିଛି ।

ସମ୍ବନ୍ଧିତ ଖବର