ଧର୍ମଶାଳା: ଧର୍ମଶାଳା ଥାନା ହରିଦାସପୁରସ୍ଥିତ ରାମକୋ ସିମେଣ୍ଟ କାରଖାନା ସମ୍ମୁଖରୁ ସିମେଣ୍ଟ ବୋଝେଇ ଟ୍ରକ୍ ଚୋରି ଘଟଣାରେ ପୁଲିସ୍ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଣ୍ଟିଆ ଗ୍ରାମର ଜାନି ମଲିକ, ସୋରେଇ ଗ୍ରାମର ଶରତ ମଲିକ ଓ ସୁନ୍ଦୁରିଆ ଗ୍ରାମର ସେକ ସାକୁ। ପ୍ରକାଶ ଯେ, ଗତ ୧୬ ତାରିଖ ରାତିରେ ରାମକୋ କାରଖାନାରୁ ସିମେଣ୍ଟ ବୋଝେଇ କରି ଟ୍ରକ୍ ଓଆର୍-୦୪ଏଲ୍-୯୩୬୭କୁ ଚାଳକ କାହ୍ନା ଗୋଛି ଫାଟକ ବାହାରେ ରଖି ନିକଟସ୍ଥ ଭଡ଼ାଘରକୁ ଶୋଇବା ପାଇଁ ଚାଲି ଯାଇଥିଲେ। ସକାଳେ ଚାଳକ ଆସି ଦେଖିବା ବେଳକୁ ଟ୍ରକ୍ଟି ନଥିଲା।
ଚାଳକଙ୍କ ଠାରୁ ଖବର ପାଇ ଟ୍ରକ୍ର ମାଲିକ ହରିଦାସପୁର ପଞ୍ଚାୟତ ବାଲିଗରି ଗ୍ରାମର ବିଦୁର ଭଦ୍ର ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୁଲିସ୍ ୬୦/୨୪ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗତ ୧୮ତାରିଖ ଅପରାହ୍ଣରେ ଚଣ୍ତିଖୋଲ ବଜାର ନିକଟରେ ଛିଡ଼ା ହୋଇଥିବା ଟ୍ରକ୍କୁ ଜବତ କରିଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ତପନ କୁମାର ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Dharmasala-police-1.jpg)